ଭୁବନେଶ୍ୱର : ନିର୍ବାଚନକୁ ଦୃଷ୍ଟିରେ ରଖି ସବୁ ଦଳ ପକ୍ଷରୁ ଚାଲିଛି ଦଳ ଡିଆଁ ପ୍ରଥା। କୌଣସି ପ୍ରକାରର ମନମାଳିନ୍ୟ କିମ୍ବା ଟିକେଟ୍ ନ ମିଳିଲେ ଗୋଟିଏ ଦଳ ଡେଇଁ ଅନ୍ୟ ଦଳରେ ସାମିଲ୍ ହୋଉଛନ୍ତି ନେତା।କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗ ଦେଲେ ବରିଷ୍ଠ କଂଗ୍ରେସ ନେତା ଜାତିୟା ମୁଣ୍ଡା । ୩୫ ଜଣ କର୍ମୀଙ୍କ ସହ ଆଜି ଆନୁଷ୍ଠାନିକ ଭାବେ ବିଜେଡ଼ିରେ ଯୋଗ ଦେଇଛନ୍ତି ଜାତିୟା ମୁଣ୍ଡା । ଜାତିୟା ମୁଣ୍ଡା। କଂଗ୍ରେସ ଟିକଟ ନ ମିଳିବାରୁ ସୁନ୍ଦରଗଡ଼ ଟାଙ୍ଗରପାଲି ବ୍ଲକ୍ ଚେୟାରମ୍ୟାନ ଜାତିୟା ମୁଣ୍ଡା ନିଜ ଅନୁଗତଙ୍କ ସହ ବିଜେଡ଼ିରେ ଯୋଗ ଦେଇଛନ୍ତି।
