ଦାମ ରାଉତଙ୍କ ପତ୍ନୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ନବୀନ।

Odisha Hot News
1 Min Read

ଭୁବନେଶ୍ୱର : ଦାମଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେପି ବରିଷ୍ଠ ନେତା ଦାମ ରାଉତଙ୍କ ପତ୍ନୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ନବୀନ ପହଞ୍ଚିଥିଲେ ଦାମଙ୍କ ବାସଭବନରେ। ଦାମଙ୍କ ପତ୍ନୀ ସ୍ନେହଲତାଙ୍କୁ ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ ମୁଖ୍ୟମନ୍ତ୍ରୀ। ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଲେ ନବୀନ।

ତାଙ୍କ ବିୟୋଗ ଖବର ପାଇଁ ବହୁ ରାଜନେତା ଦାମଙ୍କ ବାସଭବନରେ ପହଞ୍ଚିଥିଲେ। ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା, ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା ପମୁଖ ଉପସ୍ଥିତ ଥିଲେ।
ମୃତ୍ୟୁ ବେଳକୁ ସ୍ନେହଲତାଙ୍କୁ ୭୨ ବର୍ଷ ହୋଇଥିଲା। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ପାଖାପାଖି ଦୁଇ ମାସ ହେବ ସେ ଚିକିତ୍ସିତ ହେଉଥିଲେ।

Share This Article
Leave a Comment