ନବରଙ୍ଗପୁର: କଥାରେ ଅଛି ଘରେ ନପଶୁଣୁ ବାଜିଲାଣି ମୁଣ୍ଡ । ବିଜେଡି ନିର୍ବାଚନ ବିଧି ଉଲ୍ଲଂଘନ କରିଛି ବୋଲି ଅଭିଯୋଗ କରିଛି କଂଗ୍ରେସ । ପ୍ରକାଶ ଯେ, ନବରଙ୍ଗପୁର ଜିଲ୍ଲାର ବିଜେଡି ଦଳୀୟ ବିଧାୟକ ମନୋହର ରନ୍ଧାରୀ ଡାବୁଗାଁ ଅଞ୍ଚଳରେ ମହିଳାମାନଙ୍କୁ ଶାଢୀ ବାଣ୍ଟୁଥିବା ଅଭିଯୋଗ ହୋଇଛି । କଂଗ୍ରେସର ଅଭିଯୋଗ ଆଧାରରେ ଗ୍ୟାସ୍ ସିଲିଣ୍ଡର ବିତରଣ ଗାଡିରେ ଶାଢୀ ସବୁ ବଣ୍ଟା ହେବା ପାଇଁ ଯାଉଛି । ଏହା ସହିତ ଧରା ନପଡିବା ପାଇଁ ଗାଡି ନମ୍ବର ବଦଳାଇ ଦିଆଯାଉଛି । ଏହାର ପ୍ରମାଣ ଆକାରରେ ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ କିଛି ଫୋଟ ମଧ୍ୟ ଦେଖାଇଛି । ନବରଙ୍ଗପୁରର କଂଗ୍ରେସ ସଭାପତି ମୁନା ତ୍ରୀପାଠୀ କହିଛନ୍ତି ବିଧାୟକ ମନୋହର ତାଙ୍କ ଗ୍ୟାସ୍ ଏଜେନ୍ସି ଗାଡିରେ ବସ୍ତାବସ୍ତା କରି ଲୁଗା ବୁହାଯାଉଛି । ଆଉ ଏହାର ତଥ୍ୟ ସବୁ ମୋବାଇଲରେ ଅଛି ବୋଲି କହିଛନ୍ତି କଂଗ୍ରେସ ସଭାପତି ମୁନା ତ୍ରୀପାଠୀ । ଏହାର ବିରୋଦ୍ଧରେ ମନୋହରଙ୍କ କୌଣସି ପ୍ରତିକ୍ରିୟା ମିଳି ନାହିଁ ।
ଭୋଟ ପାଇଁ ଶାଢୀ ବାଣ୍ଟିଲେ ବିଧାୟକ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Narkologicheskaya pomosh_tvOt on ପ୍ରେମ ବିବାହକୁ ନେଇ ଗାଁରେ ବସିଲା କଙ୍ଗାରୁକୋର୍ଟ: ଶଳା ବାହାଘର ଭିଣାଇକୁ ଦଣ୍ଡ !
- melbet_enkt on ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: କ୍ୱାରାଣ୍ଟାଇନ୍ ନିୟମ ଉଲ୍ଲଂଘନ କଲେ ଗିରଫ
- 1win_uzPn on ଶ୍ରୀମନ୍ଦୀର ପ୍ରଶାସନ ପକ୍ଷରୁ ୯ସେବାୟତଙ୍କୁ ନୋଟିସ୍ ଜାରି !
- mostbet_ojpt on ତେଲେଙ୍ଗାନା ଏନ୍କାଉଣ୍ଟର: ପୁଣିଥରେ ବ୍ୟବଚ୍ଛେଦ ହେବ ଅପରାଧୀଙ୍କ ସଂରକ୍ଷିତ ମୃତଦେହ
- melbet_itki on ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ ଜର୍ସି, ମାସ୍କଟ ଉନ୍ମୋଚିତ: ‘ଭାରତ ହେବ କ୍ରୀଡ଼ାର ମହାଶକ୍ତି’
