ବ୍ରହ୍ମପୁରରେ ୪୯୦ କୋଟି ଟଙ୍କା ବ୍ୟୟରେ ଜାନିବିଲି ବୃହତ ଜଳଯୋଗାଣ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Odisha Hot News
1 Min Read

ବ୍ରହ୍ମପୁର : ବ୍ରହ୍ମପୁରରେ ୪୯୦ କୋଟି ଟଙ୍କା ବ୍ୟୟରେ ଜାନିବିଲି ବୃହତ ଜଳଯୋଗାଣ ପ୍ରକଳ୍ପର ଲୋକାର୍ପଣ  ଏହି ପ୍ରକଳ୍ପକୁ ଆଜି ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ୧୬ଟି ପଂଚାୟତର ୫୩ଟି ଗାଁର ଲୋକେ ଉପକୃତ ହେବେ । ଏହା ସହ ଖଲ୍ଲିକୋଟ ଷ୍ଟାଡ଼ିୟମରେ ଆୟୋଜିତ ଆମ ସହର ଆମ ଉନ୍ନତି କାର୍ଯ୍ୟକ୍ରମରେ ଯୋଗ ଦେଇ ଉନ୍ନତି  ଆଦର୍ଶ ଯୋଜନାର ଶ୍ମଶାନ ନିର୍ମାଣ ଓ ଉନ୍ନତି କରଣ କାର୍ଯ୍ୟର ଶୁଭାରମ୍ଭ  କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହାଛଡ଼ା ମୁଖ୍ୟମନ୍ତ୍ରୀ ରାଜ୍ୟର ସମସ୍ତ ୧୧୪ଟି ସହରାଞ୍ଚଳ ପାଇଁ ସ୍ମାର୍ଟ ପାର୍କ ଓ ଉନ୍ନତିକରଣ କାର୍ଯ୍ୟର ଶିଳାନ୍ୟାସ କରିଛନ୍ତି। ଏହି ଯୋଜନାରେ ସମଗ୍ର ରାଜ୍ୟର ସହରାଞ୍ଚଳରେ ୨୦୦ଟି ସ୍ମାର୍ଟ ପାର୍କ ୬ ମାସ ମଧ୍ୟରେ ୨୦୦ କୋଟି ଟଙ୍କା ବ୍ୟାୟରେ ନିର୍ମାଣ କରାଯିବ। ଏହାଛଡ଼ା ୨୦୦ କୋଟି ଟଙ୍କା ବ୍ୟୟରେ ସହରାଞ୍ଚଳଗୁଡ଼ିକରେ ଶବଦାହ ଗୃହ ମଧ୍ୟ ନିର୍ମାଣ କରାଯିବ।

ଆଜିର ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ସହ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସାଂସଦ ସିଦ୍ଧାନ୍ତ ମହାପାତ୍ର, ସମସ୍ତ ବିଧାୟକ, ଜିଲ୍ଲାପାଳ ଏବଂ ନଗର ଉନ୍ନୟନ ସଚିବ ଉପସ୍ଥିତ ଥିଲେ।

Share This Article
Leave a Comment