କଶ୍ମୀରର ବଡ୍‌ଗାମ୍‌ ଠାରେ ଭାରତୀୟ ବାୟୁସେନା ବିମାନ ଦୁର୍ଘଟନାଗ୍ରସ୍ତ

Odisha Hot News
0 Min Read

ଶ୍ରୀନଗର:ସକାଳ ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ବଡ୍‌ଗାମ୍‌ ଅଞ୍ଚଳରେ ଭାରତୀୟ ବାୟୁସେନାର ଗୋଟିଏ ମିଗ୍‌-୨୧ ବାଇସନ୍‌ ବିମାନ ଦୁର୍ଘଟନାଗ୍ରସ୍ତ ହୋଇଛି। ୧୦:୫ରେ ବଡ୍‌ଗାମ୍‌ର ଗାରେନ୍ଦ୍‌ କଲାନ୍‌ ଗ୍ରାମ ନିକଟ ଏକ ଖୋଲା ପଡ଼ିଆରେ ଏହି ଜେଟ୍‌ ବିମାନଟି ଦୁର୍ଘଟନାଗ୍ରସ୍ତ ହୋଇଥିଲା।ଖବର ଅନୁସାରେ, ଦୁର୍ଘଟନାରେ ଦୁଇ ଜଣ ପାଇଲଟ୍‌ ମରିଛନ୍ତି। ପୁଲିସ ଘଟନାସ୍ଥଳକୁ ଯାଇଛି।ଦୁର୍ଘଟନାର କାରଣ ଜାଣିବାକୁ ଭାରତୀୟ ବାୟୁସେନାର ବୈଷୟିକ ଦଳ ସେଠାରେ ପହଞ୍ଚିବେ ବୋଲି ବଡ୍‌ଗାମ୍‌ ଏସ୍‌ଏସ୍‌ପି କହିଛନ୍ତି।

Share This Article
Leave a Comment