ଭୁବନେଶ୍ୱର: କଟକଣା, ନିୟମ, ଗାଇଡ୍ଲାଇନ୍ କିଛି ବି କାଟୁ କରୁନି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ, ମାଧ୍ୟମିକ ଶିକ୍ଷା ପରିଷଦର ସମସ୍ତ ଉଦ୍ୟମ ବିଫଳ ହୋଇଛି। ଯେତେ ଯାହା କଲେ ବି ମାଟ୍ରିକ ପରୀକ୍ଷାରେ କପି ରୋକାଯାଇପାରୁନି। ପ୍ରଥମ ଦିନ ପ୍ରଶ୍ନପତ୍ର ଭାଇରାଲ୍ ହେବା ପରେ ପରୀକ୍ଷା କେନ୍ଦ୍ର ଅଧୀକ୍ଷକ, ଶିକ୍ଷକ, ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଗଲା। ପ୍ରଶ୍ନପତ୍ର ଭାଇରାଲ୍ ହେଲେ ତୁରନ୍ତ ଏତଲା ଦେବାକୁ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ମାନଙ୍କୁ ନିର୍ଦେଶ ଦିଆଯାଇଛି। ତଥାପି କପି ରୋକା ଯାଇପାରୁନି।
ଦ୍ବିତୀୟ ଦିନରେ ଇ˚ରାଜୀ ବିଷୟର ପରୀକ୍ଷା ଥିଲା। ପୂର୍ବାହ୍ନ ୧୦ଟାରେ ପରୀକ୍ଷାର୍ଥୀମାନେ କେନ୍ଦ୍ର ଭିତରକୁ ପ୍ରବେଶ କରିବା ସହ ସିଟ୍ରେ ବସିଥିଲେ। ପ୍ରଶ୍ନର ଉତ୍ତର ଲେଖିବାର କିଛି ସମୟ ପରେ ବାହାରେ ଏକ ପ୍ରଶ୍ନପତ୍ର ବୁଲିଥିଲା। ପ୍ରଥମେ ଅବଜେକ୍ଟିଭ୍ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ର ବାହାରକୁ ଆସିଥିଲା। ପରେ ସବ୍ଜେକ୍ଟିଭ୍ ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା। କିଛି କ୍ଷଣ ମଧ୍ୟରେ ଓଡ଼ିଶାର କୋଣ ଅନୁକୋଣରେ ପହଞ୍ଚି ଯାଇଥିଲା ଭାଇରାଲ ପ୍ରଶ୍ନପତ୍ର। ଢେଙ୍କାନାଳ ଓ ବଲାଙ୍ଗୀରରୁ ଇଂରାଜୀ ‘ଏ’ ସେଟ୍ ଭାଇରାଲ ହୋଇଥିବା ଚର୍ଚ୍ଚା ଚାଲିଥିଲା। ପ୍ରଶ୍ନପତ୍ର କିଭଳି ବାହାରକୁ ଆସୁଛି? ସୁପରିଟେଣ୍ତେଣ୍ଟଙ୍କ ବ୍ୟତୀତ ଆଉ କୌଣସି ଶିକ୍ଷକ, ଶିକ୍ଷୟିତ୍ରୀ କେନ୍ଦ୍ରକୁ ମୋବାଇଲ୍ ନେଉନାହାନ୍ତି। ତଥାପି କେମିତି ପ୍ରଶ୍ନପତ୍ର ଭାଇରାଲ୍ ହେଉଛି ବୋଲି ଅଭିଭାବକ ପ୍ରଶ୍ନ ଉଠାଇଥିଲେ। ହେଲେ ପରୀକ୍ଷା ସରିବା ପରେ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଜାହାନାରା ବେଗମ୍ ପ୍ରଶ୍ନପତ୍ର ଭାଇରାଲ୍କୁ ଖଣ୍ଡନ କରିବା ସହିତ ଏହା ଗୁଜବ ବୋଲି କହିଥିଲେ। ଏହା ଅଭିଭାବକ ଓ ପରୀକ୍ଷାର୍ଥୀଙ୍କ ଚିନ୍ତା ଦୂର କରାଇଥିଲା।
ମାତ୍ର ପରିଷଦ ସଭାପତିଙ୍କ ଏଭଳି ଏହି ସାନ୍ତ୍ବନା ବେଶି ସମୟ ରହି ନଥିଲା। ମାତ୍ର କିଛି ସମୟ ମଧ୍ୟରେ ଢେଙ୍କାନାଳ ଓ ବଲାଙ୍ଗୀର ଜିଲ୍ଲାର ଦୁଇଟି ପରୀକ୍ଷା କେନ୍ଦ୍ର ବାହାରର ଦୃଶ୍ୟ ପ୍ରଶ୍ନପତ୍ର ଭାଇରାଲର ପ୍ରକୃତ ଚିତ୍ରକୁ ପଦାରେ ପକାଇଥିଲା। ପରୀକ୍ଷା କେନ୍ଦ୍ର ଭିତରେ ପରୀକ୍ଷାର୍ଥୀ ଥିବା ବେଳେ ବାହାରେ କପି ଯୋଗାଣ ହେଉଥିଲା। ଅଭିଭାବକ ୫ରୁ ୬ ଫୁଟ୍ ଉଚ୍ଚତାର ପାଚେରି ଡେଇଁ ଛାତ୍ରଛାତ୍ରୀଙ୍କ କପି ଯୋଗାଉଥିଲେ। ଜଗିବାକୁ ନା ପୁଲିସ କର୍ମୀ ଥିଲେ ନା କୌଣସି ପ୍ରଶାସନିକ ଅଧିକାରୀ। ପରୀକ୍ଷା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ପ୍ରଶ୍ନପତ୍ର କେନ୍ଦ୍ର ବାହାରକୁ ଆସିବା ସହ ପରୀକ୍ଷାର୍ଥୀ ମନ ଇଚ୍ଛା କପି କରି ଚାଲିଥିଲେ।
ପ୍ରତିଦିନ ପରୀକ୍ଷା ସମୟରେ ୬ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ନେଇ ପ୍ରଶ୍ନ ଉଠୁଥିବାରୁ ବିଜେପି ଓ କଂଗ୍ରେସ ପକ୍ଷରୁ ରାଜ୍ୟ ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରାଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଟୁଇଟ୍ କରି କହିଛନ୍ତି ଯେ ଓଟିଇଟି ପ୍ରଶ୍ନପତ୍ର ଲିକ୍ ପରେ ମାଟ୍ରିକ୍ରେ ବି ପ୍ରଶ୍ନପତ୍ର ଭାଇରାଲ୍ ହେଉଛି। ଗତ ୬ ବର୍ଷ ମଧ୍ୟରେ ୧୩ଟି ପ୍ରମୁଖ ପରୀକ୍ଷାକୁ ବାତିଲ୍ କରାଯାଇଛି। ଓଡ଼ିଶାର ଭବିଷ୍ୟତଙ୍କ ପାଇଁ ବିଜେଡି ସରକାର ଗୁରୁତ୍ବ ଦେଉ ନଥିବା ସେ କହିଛନ୍ତି।
କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ରାଜ୍ୟ ସରକାର ନିଜର ଅପାରଗତା ପାଇଁ ଓଡ଼ିଶାର ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି। ସ୍କୁଲ ପାଚେରି ପାଖରେ ଅନେକ ଲୋକ କପି ଦେଉଛନ୍ତି। ସ୍କୁଲ ଭିତରକୁ ଅବାଧରେ ପ୍ରବେଶ କରୁଛନ୍ତି। ଯେଉଁ ସରକାରର ଶାସନ କରିବାର ଇଚ୍ଛା ଶକ୍ତି ନଥାଏ, ଏହାକୁ ଅପାରଗତା ଓ ସ୍ଥାଣୁ କୁହାଯାଏ। ଆଜି ଓଡ଼ିଶାରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡ଼ିଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

Vavada to znane kasyno online, które działa również w Polsce. Strona przyciąga graczy szeroką ofertą gier, przejrzystymi warunkami i obsługą w PLN (zł). Bonus powitalny oraz intuicyjna obsługa sprawiają, że platforma zdobyła popularność wśród polskich użytkowników.
Vavada casino oferuje polskim graczom rozbudowany wybór gier od pragmatic play i evolution gaming, atrakcyjne bonusy powitalne oraz profesjonalną obsługę klienta w języku polskim.
Dołączając do Casino Slottica Polska, zyskujesz dostęp do wyjątkowych promocji, w tym bonusu powitalnego 250 do 1600 zł oraz 300 darmowych spinów na najpopularniejsze gry. Niezależnie od tego, czy grasz na komputerze, tablecie, czy smartfonie, nasza platforma działa płynnie na każdym urządzeniu. Wypróbuj już dziś i dołącz do ponad 500 tysięcy aktywnych graczy z całego świata!