ନୂଆପଡ଼ାଗସ୍ତରେ ୨୪୦ କୋଟିର ୩୯ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Odisha Hot News
1 Min Read

ନୂଆପଡ଼ା ଜିଲ୍ଲା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୪୦ କୋଟି ଟଙ୍କାର ୩୯ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ଅବସରରେ ଖରିଆର-ବୋଡନ୍‌-ସିନାପାଲି ରାସ୍ତା, ଗଣ୍ଡାବାହାଲି-ଫର୍‌ସରା-ବୋଡେନ୍‌ ରାସ୍ତା ଏବଂ କୋମନା-କାଣ୍ଡେତରା ରାସ୍ତାର ନୂଆଗାଁ ନାଳ ଉପରେ ନିର୍ମିତ ୩ଟି ହାଇଲେଭଲ ସେତୁ ନିର୍ମାଣର ଶୁଭ ଉଦ୍‌ଘାଟନ କରିଛନ୍ତି। ୨ଟି ଅନୁସୂଚିତ ଜନଜାତି ଛାତ୍ରାବାସ, ନିବନିର୍ମିତ ନୂଆପଡ଼ା ପର୍ଯ୍ୟଟନ କାର୍ଯ୍ୟାଳୟ, ସିନାପାଲି ଏବଂ କୋମନା ବ୍ଲକ୍‌ର ୫ଟି ଜଳଯୋଗାଣ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ପ୍ରକଳ୍ପର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି।

କାଳିଆ ଯୋଜନା ହେଉଛି ଚାଷୀଭାଇଙ୍କ ଯୋଜନା । ଆପଣମାନଙ୍କର ଯୋଜନା । ଏଥିରେ ଛୋଟ ଚାଷୀ , ଭାଗ ହୀନ ଚାଷୀ ଏବଂ କୃଷି ଶ୍ରମିକଙ୍କର ସମସ୍ତ ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଇଛି । ସ୍ୱାଭାମାନ ସହ ବଂଚିବା ପାଇଁ ଚାଷୀକୁ କାଳି ଯୋଜନା ସାହସ ଦେବା ସହ କାଳିଆ ଯୋଜନା ସାରା ଦେଶକୁ ବାଟ ଦେଖାଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ସେହିପରି ଏପ୍ରିଲ ୧ ତାରିଖରେ ଚାଷୀଙ୍କୁ କାଳିଆ ସହାୟତା ବାବଦରେ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ,ପ୍ରଥମ କିସ୍ତିରେ ୫ ହଜାର ପାଇଥିବା ଚାଷୀ ପୁଣି ୫ ହଜାର ଟଙ୍କା ପାଇବେ ବୋଲି କହିଛନ୍ତି ନବୀନ ।

Share This Article
Leave a Comment