ଭୁବନେଶ୍ୱର: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାର ପ୍ରଥମ ଦିନ ଶୁକ୍ରବାର ମାଟ୍ରିକ ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ପ୍ରଶ୍ନପତ୍ର। ତେବେ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ୍ ବାରଣ ଥିବା ବେଳେ କିପରି ପ୍ରଶ୍ନପତ୍ର ଭାଇରାଲ ହେଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜୟପୁର, କନ୍ଧମାଳ, ନୂଆପଡ଼ା ଓ ଢେଙ୍କାନାଳରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଜଣାପଡିଛି। ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅସଲି ପ୍ରଶ୍ନପତ୍ର ସହ ମେଳ ଖାଉଛି। ହେଲେ ଗଣଶିକ୍ଷା ବିଭାଗ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ଖଣ୍ଡନ କରିଛି। ଗଣଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ପ୍ରଶ୍ନପତ୍ର ଲିକ୍ ଘଟଣାକୁ ଗୁଜବ ବୋଲି କହିଛନ୍ତି। ପ୍ରଶ୍ନପତ୍ର ଲିକ୍ ହୋଇଥିଲେ ତଦନ୍ତ କରାଯିବ ବୋଲି ସେ କହିଛନ୍ତି।
ପ୍ରଥମ ଦିନରେ ମାଟ୍ରିକ ପରୀକ୍ଷାର ପ୍ରଶ୍ନପତ୍ର ସୋସିଆଲ ମିଡିଆରେ ଭାଇରାଲ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- JamesSox on ପ୍ରଣବ ପ୍ରକାଶ ଦାସଙ୍କୁ ମିଳିଲା ନୂଆ ଦାୟିତ୍ୱ, ଦଳର ସାଂଗଠନିକ ସମ୍ପାଦକ ଭାବେ ହେଲେ ନିଯୁକ୍ତ
- RogerAbipt on ରାଜଧାନୀ ପ୍ରଶାନ୍ତି ବିହାର ଅଂଚଳରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର !
- sevencasino_gdsr on ଗତ ୨୪ ଘଣ୍ଟା ଭିତରେ କରୋନା ନିର୍ଦେଶାବଳୀ ଉଲ୍ଲଂଘନ ପାଇଁ ଓଡ଼ିଶାରେ୨୪୫ ବିରୋଧରେ ମାମଲା
- Ronaldnot on ପୁଲଓାମା ଆକ୍ରମଣ: ଭାରତର ଉଗ୍ର ରୂପ ଦେଖି ଡରିଲା ପାକ୍, ଜାତିସଂଘର ଶରଣ ଲୋଡିଲା
- JimmyOvami on ଅଦିନିଆ ବର୍ଷା ସାଙ୍ଗକୁ ପ୍ରବଳ ବେଗରେ ପବନ !
