ନାଲକୋର ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ସଦାଶିବ ପ୍ରଧାନୀ ବିଜେଡିରେ ସାମିଲ

Odisha Hot News
1 Min Read

ଭୁବନେଶ୍ୱର : ଶୁକ୍ରବାର ନବରଙ୍ଗପୁରର  ସଦାଶିବ ପ୍ରଧାନୀ ବିଜେଡିରେ ସାମିଲ ହୋଇଛନ୍ତି। ସଦାଶିବ ବର୍ଷୀୟାନ୍‌ କଂଗ୍ରେସ ନେତା ତଥା ନବରଙ୍ଗପୁର ଏମ୍‌ପି ଖଗପତି ପ୍ରଧାନୀଙ୍କ ପୁତୁରା ଏବଂ  ନବରଙ୍ଗପୁର ଜିଲ୍ଲାର ପ୍ରଥମ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗୋପୀନାଥ ପ୍ରଧାନୀଙ୍କ ପୁତ୍ର । ନାଲକୋର ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର ପଦବୀରୁ ଇସ୍ତଫା ଦେଇ ନବୀନ ନିବାସରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି।

ବିଜୁବାବୁ  ଓ ମୁଖ୍ୟମନ୍ତ୍ରୀଙ୍କ ନିର୍ମଳ ଭାବମୂର୍ତ୍ତିରେ ଅନୁପ୍ରାଣିତ ହୋଇ  ବିଜେଡିରେ ଯୋଗ ଦେଇଛି ବୋଲି ସଦାଶିବ କହିଛନ୍ତି । ସେ ସାଧାରଣ ଜୀବନରୁ ଆସିଛନ୍ତି। ତେଣୁ ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାର ବିକାଶ ପାଇଁ କାମ କରିବେ ବୋଲି ପ୍ରଧାନୀ କହିଛନ୍ତି। ସଦାଶିବଙ୍କ ଯୋଗଦାନ ସମୟରେ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ, ନବରଙ୍ଗପୁର ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ ଦାସବର୍ମା, ଏମପି  ବଳଭଦ୍ର ମାଝୀ, ପ୍ରତାପ ଦେବ, ନବରଙ୍ଗପୁର ବିଧାୟକ ମନୋହର ରନ୍ଧାରୀ, ଜିଲ୍ଲା ବିଜେଡି ସଭାପତି ପ୍ରହଲ୍ଲାଦ ତ୍ରିପାଠୀ ଓ ବିଜୟ ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।

Share This Article
Leave a Comment