ଭୁବନେଶ୍ୱର : ଶହୀଦ୍ ପରିବାରଙ୍କ ଆଖିରୁ ଲୁହ ଏବେବି ଶୁଖିନି। ମାତ୍ର ପୁଣି ଏକ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ହେବା ନେଇ ସତର୍କ ସୂଚନା ଜାରି କରିଛି ଭାରତୀୟ ଗୋଇନ୍ଦା ବିଭାଗ। ଏହି ଆକ୍ରମଣ ପୁଲଓ୍ବାମାଠାରୁ ମଧ୍ୟ ଅଧିକ ବଡ଼ ଧରଣର ହେବ ବୋଲି ଗୋଇନ୍ଦା ବିଭାଗ ଜାରି କରିଛି ସତର୍କ ସୂଚନା। ପୁଲଓ୍ବାମାରେ ୨ଶହ କିଲୋଗ୍ରାମ୍ ବିସ୍ଫୋରକ ବ୍ୟବହୃତ ହୋଇଥିବାବେଳେ ଏଥିରେ ୫ ଶହ କିଲୋଗ୍ରାମ୍ର ବିସ୍ଫୋରକ ବ୍ୟବହାର କରାଯିବାର ଆଶଙ୍କା ଥିବା ଗୋଇନ୍ଦା ବିଭାଗ ସୂଚନା ଦେଇଛି। ଉତ୍ତର କଶ୍ମୀରର ଚୌକିବଲ ଏବଂ ତଙ୍ଗଧାର ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ଏକ ସବୁଜ ଗାଡିରେ ଟାର୍ଗେଟ କରାଯିବାର ଯୋଜନା ରହିଛି। ନିୟନ୍ତ୍ରଣ ରେଖାର ଗୁରେଜ ସେକ୍ଟରରେ ୫-୬ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିବା ପାଇଁ ସୁଯୋଗକୁ ଅପେକ୍ଷା କରି ରହିଛନ୍ତି। ଇଶାରା ମିଳିଲେ ଭାରତରେ ପଶି ଆତଙ୍କବାଦୀ ଆକ୍ରମଣ ଭିଆଇବା ପାଇଁ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରିଥିବା ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି।
ପୁଣି ଜମ୍ମୁ-କଶ୍ମୀରରେ ଆତ୍ମଘାତୀ ଆକ୍ରମଣ ଆଶଙ୍କା ନେଇ ସତର୍କ ସୂଚନା ଜାରି
- Advertisement -
Stay Connected
Comment
- JosephBup on ‘ଇନ୍ଟାଞ୍ଜିବଲ କଲ୍ଚରାଲ ହେରିଟେଜ୍’ ତାଲିକାରେ ଓଡ଼ିଶାର ୩ ପରମ୍ପରା
- bytovaya sfera 987 on କୋଇଲା ଖଣିରେ ଅଭାବନୀୟ ଘଟଣା
- RandallfuH on ଯୁଦ୍ଧ ବିମାନ ଜାଗୁଆରରେ ଲାଗିଲା ନିଆଁ !
- RandallfuH on ପିଠା ଯୋଜାନର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ସେପଟେ ନବୀନଙ୍କ ଘୋଷଣା ମଧୁବାବୁ ପେନସନ ଯୋଜନାରେ ଆଉ ୫ ଲକ୍ଷ ହିତାଧିକାରୀ ହେବେ ସାମିଲ !
- RandallfuH on ଗିରଫ ହେଲେ ଗୁଜୁରାଟୀ ଅଭିନେତ୍ରୀ, ଆପତ୍ତିଜନକ ଭିଡିିଓ ତିଆରି କରି ବ୍ଲାକ୍ମେଲ କରିବା ସହ ଲୁଟୁଥିଲେ ଟଙ୍କା
