ଲିସେଷ୍ଟର,୨୯।୧୦(ଏଏଫ୍ପି)- ଲିସେଷ୍ଟର ସିଟି ଫୁଟ୍ବଲ କ୍ଲବ ମାଲିକ ଭିଚାଇ ଶ୍ରୀଭାଦ୍ଧନାପ୍ରଭା ଏକ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ପ୍ରିମିୟର ଲିଗ୍ ଫୁଟବଲ ଷ୍ଟାଡିୟମରୁ ଉଡାଣ ଆରମ୍ଭ କରିବା ବେଳେ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ଭିଚାଇଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ଘଟିଥିବା କ୍ଲବ ପକ୍ଷରୁ ରବିବାର କୁହାଯାଇଛି। ଶନିବାର କିଙ୍ଗ ପାଓ୍ବାର ଷ୍ଟାଡିୟମ୍ରେ ଦୁର୍ଘଟଣା ପରେ ଫୁଟ୍ବଲ ପ୍ରଶଂସକମାନେ ଶୋକ ପ୍ରକାଶ କରିଥିଲେ। ”ଫୁଟ୍ବଲ ଜଗତ ଜଣେ ମହାନ ବ୍ୟକ୍ତିଙ୍କୁ ହରାଇଛି। ତାଙ୍କ ନେତୃତ୍ୱରେ ଲିସେଷ୍ଟର ସିଟି ଏକ ପରିବାର ଭଳି ଥିଲା। ତାଙ୍କ ବିୟୋଗରେ ଆମେ ଦୁଃଖିତ ଏବଂ ତାଙ୍କ ଲକ୍ଷ୍ୟ ପୂରଣ କରିବାକୁ ଉଦ୍ୟମ କରିବୁ“ ବୋଲି କୁହାଯାଇଛି। ଷ୍ଟାଡିୟମ୍ରେ ମଙ୍ଗଳବାର ଶୋକ ସଭା ଆୟୋଜନ କରାଯିବ। ଏହି କାରଣରୁ ଚଳିତ ପ୍ରିମିୟର ଲିଗ୍ର କ୍ଲବର ଆଗାମୀ ମ୍ୟାଚ୍ ସ୍ଥଗିତ କରିଦିଆଯାଇଛି। କାର୍ଯ୍ୟସୂଚୀ ଅନୁଯାୟୀ ଲିସେଷ୍ଟର ସିଟି ତା’ର ପରବର୍ତ୍ତୀ ମ୍ୟାଚ୍ରେ ସାଉଥମ୍ପଟନ କ୍ଲବକୁ ଭେଟିଥାନ୍ତା। ଘଟଣାରେ ମୃତ୍ୟୁ ବରଣ କରିଥିବା ଅନ୍ୟମାନେ ହେଲେ ନୁରସାରା ସୁକନାମାଇ ଓ କାଭେପର୍ନ ପୁନପାରେଙ୍କ ସହ ଭିଚାଇଙ୍କ ଷ୍ଟାଫ ପାଇଲଟ ଇରିକ ସ୍ବାଫର ଓ ପାସେଞ୍ଜର ଇଜାବଲା ରୋଜା ଲେକୋଓ୍ବିଜ।
ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଲେ ଲିସେଷ୍ଟର ସିଟି ମାଲିକ
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
