ସୋମବାର ସକାଳୁ ପୁଲ୍ଓ୍ଵାମା ଜିଲ୍ଲା ଅନ୍ତର୍ଗତ ପିଙ୍ଗ୍ଲାନ୍ ଅଞ୍ଚଳରେ ନିରାପତ୍ତା ବଳ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ଗୁଳିବିନିମୟରେ ଜଣେ ମେଜର ସମେତ ୪ଜଣ ଯବାନ ସହିଦ୍ ହୋଇଛନ୍ତି । ମେଜର ଡିଏସ୍ ଡୋଡିୟାଲ, କନେଷ୍ଟବଳ ସେବା ରାମ, ହରି ସିଂହ, ଅଜୟ କୁମାର ଓ ଗୁଲଜାର ମହମ୍ମଦ ସହିଦ ହୋଇଛନ୍ତି । ପାକିସ୍ତାନର ଜୈସ୍-ଏ-ମହମ୍ମଦ୍ ସଂଗଠନର ଆତଙ୍କବାଦୀମାନେ ନିରାପତ୍ତା ବଳଙ୍କ ଉପରକୁ ଗୁଳି ଚଳାଇବା ପରେ ଏନ୍କାଉଣ୍ଟର୍ର ସୂତ୍ରପାତ ହୋଇଥିଲା। ଦୁଇରୁ ତିନି ଜଣ ଆତଙ୍କବାଦୀଙ୍କୁ ନିରାପତ୍ତା ବଳ ବେଢ଼ି ରହିଛନ୍ତି। ସମ୍ପୃକ୍ତ ଆତଙ୍କବାଦୀମାନେ ଜୈସ୍-ଏ-ମହମ୍ମଦ୍ର ଆତ୍ମଘାତୀ ବୋମା ବିସ୍ଫୋରଣକାରୀ ଆଦିଲ୍ ଅହମଦ୍ ଦର୍ ସହ ସମ୍ପୃକ୍ତି ଥିବା କଥା ବିଶ୍ୱାସ କରାଯାଉଛି। ୧୪ତାରିଖରେ ପୁଲୱାମାରେ ଆତଙ୍କବାଦୀଙ୍କ ବିସ୍ଫୋରଣରେ ୪୦ଜଣ ଯବାନ ସହିଦ୍ ହୋଇଥିବା ଘଟଣାକୁ ନେଇ ଦେଶସାରା ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ପୁଣି ଆଉ ଏକ ହମଲା ଦେଶବାସୀ ଙ୍କୁ ବ୍ୟଥିତ କରିଛି ।
ପୁଲୱାମା ଗୁଳି ବିନିମୟରେ ପୁଣି ୫ଯବାନ ସହିଦ୍
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- Matthewsaw on ସ୍ଥାପନ ହେବ ୬୫ ହଜାର ପେଟ୍ରୋଲ ପମ୍ପ; ପୁରୁଣାଙ୍କୁ ଟକ୍କର ଦେବେ ନୂଆ
- Matthewsaw on ଜୁଲାଇ ୨୪ରେ ଯୁକ୍ତ ୩ ପରୀକ୍ଷା ହେବ : ଉଚ୍ଚଶିକ୍ଷା ମନ୍ତ୍ରୀ
- 1win_tbkn on କାଳ ସାଜିଲା ତୀର୍ଥ ଭ୍ରମଣ; ରାତିଅନିଦ୍ରା ହୋଇ ଗାଡ଼ି ଚଲାଉଥିବା ବେଳେ ଘଟିଲା ଦୁର୍ଘଟଣା, ଘଟଣାସ୍ଥଳରେ ୪ମୃତ, ୧୧ ଆହତ !
- Matthewsaw on ଆଜି ମାଟ୍ରିକ୍ ପରୀକ୍ଷାଫଳ
- CalebfaF on ଆଜିର ରାଶିଫଳ
