ବସ୍ ତଳେ ଚାପି ହୋଇ ୭ବର୍ଷ ବାଳକର ମୃତ୍ୟୁ

Odisha Hot News
1 Min Read

ଯେଉଁ ବସରେ ଯାଉଥିଲେ ସେହି ବସ୍ ତଳେ ଚାପି ହୋଇ ବାଳକର ମୃତ୍ୟୁ । କଟକ ଜିଲ୍ଲା ଜଗତପୁରରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ବସ୍ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି । ମୁତକଙ୍କ ବୟସ ପ୍ରାୟ ୭ବର୍ଷ ହୋଇଥିବ ବୋଲି ଅନୁମାନ କରାଯାଉଛି ।ସୂଚନା ଅନୁଯାୟୀ,ଚଣ୍ଡିଖୋଲରୁ କଟକ ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍ କଟକ ଜିଲ୍ଲା ଜଗତପୁରର ଖଇରା ନାଳ ପୋଲ ଉପରେ ଛିଡା ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା ।ଫଳରେ ବସର ଆଗକାଚ ଭାଙ୍ଗି ଯାଇଥିଲା ଏବଂ କ୍ୟାବିନରେ ବସିଥିବା ବାଳକ ବସ୍ ଭିତରୁ ଛିଟିକି ତଳେ ପଡିଯାଇଥିଲା । ବସଟି ଆଗକୁ ଗଡିଯିବା ହେତୁ ଉକ୍ତ ବାଳକ ଉପରେ ମାଡି ଯାଇଥିଲା ଏବଂ ସେହିଠାରେ ତାର ମୃତ୍ୟୁ ଘଟିଥିଲା । ଘଟଣାସ୍ଥଳରେ ଜଗତପୁର ପୋଲିସ ପହଂଚି ବସକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି ।

Share This Article
Leave a Comment