ପାରାଦୀପ: ତୈଳ ବିଶୋଧନାଗାରରେ ସ୍ଥାଇ ନିଯୁକ୍ତି ଦାବିରେ ତାତିଲେ ଜମିହରା । ଆଜି ଜମିହରା କୃଷକ ଏକତା ମଂଚ ଧାରଣା ଦେଇଥିବା ବେଳେ ପୋଲିସ ବଳପୂର୍ବକ ହଟାଇ ଦେଇଛି । ତୈଳ ବିଶୋଧନାଗାରରେ ୧୭୫୨ ପରିବାର ଜମି ହରାଇଥିବା ବେଳେ ସେମାନଙ୍କୁ ପ୍ରତିଶ୍ରୁତି ମୁତାବକ ସ୍ଥାଇ ନିଯୁକ୍ତି ଦେବାରେ ସରକାର ଟାଳଟୁଳ ନୀତି ବିରୋଧରେ ଆନ୍ଦୋଳନ ଡ଼ାକରା ଦିଆଯାଇଥିଲା । ଏନେଇ ସଂଘ ଗତ ୧ ତାରିଖରୁ କମ୍ପାନୀ ସମ୍ମୁଖରେ ଧାରଣାରେ ବସିଥିଲା । ତେବେ ଆସନ୍ତା ୬ ତାରିଖରେ କେନ୍ଦ୍ରମନ୍ତ୍ରୀ ପାରାଦୀପ ଗସ୍ତ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବାକୁ ସ୍ଥିର କରାଯାଇଥିଲା । ଆଜି ଆନ୍ଦୋଳନକୁ ବାଟହୁଡ଼ା କରିବା ପାଇଁ କମ୍ପାନୀ କର୍ତୃପକ୍ଷ ପୋଲିସ ଲଗାଇ ଆନ୍ଦେଳନକାରୀଙ୍କ ଜୋର ଜବରଦସ୍ତ ଉଠାଇ ଦେଇଛି । ଅନ୍ୟପଟେ ଶତାଧିକ ଆନ୍ଦୋଳନକାରୀ ବଗଦିଆ ରାସ୍ତାରେ ଚାଷୀ ମୋଳିବାନ୍ଧି ବିରାଟ ପଟୁଆରରେ ପ୍ରତିବାଦ କରୁଥିବା ବେଳେ ପୋଲିସ ଏହାକୁ ରୋକିଥିଲା । ଯାହାକୁ ନେଇ କିଛିସମୟ ପାଇଁ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତଧସ୍ତି ଓ ଖଣ୍ଡପ୍ରଳୟ ଦେଖିବାକୁ ମିଳିଥିଲା । ପୋଲିସର ଏପରି ଅଗଣନ୍ତ୍ରିକ କାର୍ଯ୍ୟକୁ ନେଇ ସାରା ଜିଲ୍ଲାରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ତାତିଲା ବାସହରା, ମାନଲାନି ପୋଲିସର ଲାଠିବନ୍ଧୁକ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
