ରାହୁଲଙ୍କ ଉପସ୍ଥିତିରେ ହାତ ଧରିବେ ପଞ୍ଚାନନ

Odisha Hot News
1 Min Read

ଭୁବନେଶ୍ୱର : ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ କଂଗ୍ରେସରେ ଯୋଗଦେବେ। ଶୁକ୍ରବାର ତମାଣ୍ଡୋ ମିନି ଷ୍ଟାଡିୟମ ପରିସରରେ ଆୟୋଜିତ ପରିବର୍ତ୍ତନ ସଙ୍କଳ୍ପ ସମାବେଶରେ ସେ କଂଗ୍ରେସରେ ମିଶିବେ। ତେବେ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ପଞ୍ଚାନନ ଘରବାହୁଡ଼ା ହେବେ ବୋଲି ଜାଣିବାକୁମିଳିଛି।

କଂଗ୍ରେସରୁ ଛାତ୍ର ରାଜନୀତି ଆରମ୍ଭ କରିଥିବା ବେଳେ ବିଜେଡି ସରକାରରେ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ କାନୁନ୍‌ଗୋ। ସେ ୨୦୦୮ରେ ବିଜେଡି ଛାଡ଼ିଥିଲେ। ଏହାପରେ ସେ ଦୀର୍ଘ ୧୧ ବର୍ଷ ଧରି ରାଜନୀତିଠାରୁ ଦୂରେଇ ରହିଥିଲେ। ବର୍ତ୍ତମାନ ସମୟରେ ରାଜ୍ୟ କଂଗ୍ରେସକୁ ବହୁ ନେତା ତଥା ବିଧାୟକ ଛାଡ଼ୁଥିବା ବେଳେ ପଞ୍ଚାନନ ଏଥିରେ ଯୋଗଦେବେ। କଂଗ୍ରେସରେ ତାଙ୍କ ଯୋଗଦାନ ୨୦୧୯ ନିର୍ବାଚନରେ ବେଶ ଫାଇଦା ଦେବ ବୋଲି ଆକଳନ କରାଯାଉଛି।

Share This Article
Leave a Comment