ଜଗତସିଂହପୁର:(ତାପସ ରଞ୍ଜନ ସାହୁଙ୍କ ରିପୋର୍ଟ) ପୁଣି ମହିଳାଙ୍କୁ ତତାଇଲା ସରକାରୀ ମଦ ନୀତି । ସମଗ୍ର ରାଜ୍ୟରେ ଦିନକୁ ଦିନ ସରକାର ଟିକସ ଆଳରେ ମଦର ବ୍ୟାପକ ପ୍ରସାର କରୁଥିବା ବେଳେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି ସରକାର ବିରୋଧି ଆନ୍ଦୋଳନ । ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ପଂଚାୟତରେ ଆଜି ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ପଂଚାୟତକୁ ନିଶାମୁକ୍ତ କରିବା ପାଇଁ ଶତାଧିକ ମହିଳା ନିଶା ନିବାରଣ ଅଭିଯାନରେ ଏକ ହୋଇଥିଲେ । ଚମ୍ପାହାଟ ପଡ଼ିଆରେ ଏକ ହୋଇ ପଂଚାୟତର ବିଭିନ୍ନ ଗାଁ ବୁଲି ପଦଯାତ୍ରା ମାଧ୍ୟମ ସଚେତନତା କରିଥିଲେ । ଏହି କାର୍ଯ୍ୟକ୍ରମରେ ମହିଳାମାନେ ସରକାରଙ୍କ ଟିକସ ଆଳରେ ମଦର ପ୍ରୀତିକୁ ସମାଲୋଚନା କରିଥିଲେ । ବିଭିନ୍ନ ସରକାର ବିରୋଧି ସ୍ଲୋଗାନ ଦେଇ ଜନଗଣଙ୍କୁ ସଚେତନତାର ବର୍ତ୍ତା ବାଣ୍ଟି ଥିଲୋ ।ଯେଉଁ ସମୟରେ ସାଧାରଣ ଜନତା ପିଇବା ପାଣି ପାଇଁ ଡ଼ହଳ ବିକଳ ହେଉଛନ୍ତି ସେତିକି ବେଳେ ସରକାରଙ୍କ ମଦର ବନ୍ୟା କାହା ସ୍ୱାର୍ଥରେ ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି । ଅନ୍ୟପଟେ ଆଗାମୀ ଦିନରେ ଯଦି ସରକାର ନିଶା ନିବାରଣ ଆଇନ ପ୍ରଣୟନ ନକରନ୍ତି ତେବେ ପଂଚାୟତର ମହିଳାମାନେ ଭୋଟ ବର୍ଜନ କରିବା ନେଇ ଚେତାବନୀ ଦେଇଛନ୍ତି ।
ଏରସମାରେ ମହିଳାଙ୍କୁ ତତାଇଲା ସରକାରୀ ମଦ !
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
