ଭୁବନେଶ୍ବର : କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ଦେଶର ସବୁଠାରୁ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି। ସିଧାସିଧା କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରି ଏପରି ବର୍ଷିଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ପ୍ରତାପ ଜେନା । ଖାଲି ସେତିକି ନୁହେଁ ଧର୍ମେନ୍ଦ୍ର ଜଣେ ଅପରାଧିକ ବ୍ୟକ୍ତି ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ଜେନା । ଗତକାଲି କଟକ ଜିଲ୍ଲା ବାଙ୍କିରେ ଜବାବ ମାଗୁଛି ଓଡ଼ିଶା କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ବିଜେଡି ସରକାର ବିରୋଧରେ ଗର୍ଜିବା ସହ ଚିଟଫଣ୍ଡ ଦୁର୍ନୀତିରେ କଟକ ଜିଲ୍ଲାର ଗଣ୍ଡା ଗଣ୍ଡା ମନ୍ତ୍ରୀ ଓ ବିଧାୟକ ଗରିବ ଲୋକଙ୍କ ଅର୍ଥ ଲୁଟ କରି ବଡ଼ ବଡ଼ କୋଠା ନିର୍ମାଣ କରିଥିବା କହିଥିଲେ। ଏହାର ଜବାବରେ ଉଜ୍ଜ୍ବଳା ଯୋଜନାରେ କେନ୍ଦ୍ରାପଡ଼ା ରାଜନଗରରେ ଭୂତ ହିତାଧିକାରୀଙ୍କ ନାଁରେ ସବସିଡି ଅର୍ଥ ହଡପ ହେଉଥିବା ନେଇ ପ୍ରମାଣ ମିଳିଥିବା କହିଛନ୍ତି ଶ୍ରୀ ଜେନା । ଶ୍ରୀ ଜେନା ଆହୁରି କହିଛନ୍ତି, ଗତବର୍ଷ ବିଜେପୁର ଉପନିର୍ବାଚନ ସମୟରେ ପେଟ୍ରୋଲ ପମ୍ପ ଜରିଆରେ ଟଙ୍କା ବଣ୍ଟାଯାଇଥିବା ନେଇ ଅନେକ ପ୍ରମାଣ ରହିଛି । ଏବେ ଗରିବ ମହିଳାଙ୍କୁ ଗ୍ୟାସ ଦେବା ନାଁରେ ଉଜ୍ଜ୍ବଳା ଯୋଜନା କରି ବିଜେପି ଦଳ ପାଇଁ ନିର୍ବାଚନୀ ପାଣ୍ଠି କେନ୍ଦ୍ରମନ୍ତ୍ରୀ ସଂଗ୍ରହ କରୁଥିବା ନେଇ ଆରୋପ ଲଗାଇଛନ୍ତି ପ୍ରତାପ ।
ଧର୍ମେନ୍ଦ୍ରଙ୍କୁ କଟାକ୍ଷ କଲେ ପ୍ରତାପ
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
