ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଜଳେଶ୍ୱର ଅବକାରୀ ବିଭାଗ ହାତରେ ପଡ଼ିଛି ଏକ ବ୍ରାଉନ୍ ସୁଗାର ବେପାରୀ । ଆଜି ସକାଳ ପ୍ରାୟ ୭.୩୦ ମିନିଟ୍ ସମୟରେ ଅବକାରୀ ବିଭାଗ ଝାଡ଼େଶ୍ୱରପୁର ମୁସଲିମ୍ ବସ୍ତିର ଗଳିରାସ୍ତାରେ ପେଟ୍ରୋଲିଂ କରୁଥିଲେ । ସେହି ସମୟରେ ପଶ୍ଚିମବଙ୍ଗ ଖଡ଼କପୁର ଟାଉନ୍ ଥାନା ଅନ୍ତର୍ଗତ ଗୋଲବଜାର ଗ୍ରାମର ଅନିଲ୍ ଖଟିକ୍ ନାମକ ଜଣେ ଯୁବକ ଏକ ଜରି ପଲିଥିନ୍ ମଧ୍ୟରେ କିଛି ବ୍ରାଉନ୍ ସୁଗାର ପୁଡ଼ିଆ ନିଜ ପାଖରେ ରଖିଥିଲା । ହଠାତ୍ ଅବକାରୀ ବିଭାଗକୁ ଦେଖି ସେଠାରୁ ଚମ୍ପଟ ମାରିବାକୁ ଚେଷ୍ଟା କରିଥିଲା । ତେବେ ଅବକାରୀ ବିଭାଗ ଗୁଇନ୍ଦା ସୂଚନା ମୁତାବକ ଚଢାଉ କରି ତା’ ପାଖରୁ ୨୩ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରି ଅନିଲକୁ ଗିରଫ କରିଥିଲେ ।
ଅବକାରୀ ବିଭାଗର ଚଢାଉ, ୨୩ ଗ୍ରାମ ବ୍ରାଉନ୍ ସୁଗାର ଜବତ !
Leave a Comment
Leave a Comment
- Advertisement -
Stay Connected
Comment
- PrinceRaigh on ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: କ୍ୱାରାଣ୍ଟାଇନ୍ ନିୟମ ଉଲ୍ଲଂଘନ କଲେ ଗିରଫ
- Enriquefew on ପୁଲଓାମା ଆକ୍ରମଣ: ଭାରତର ଉଗ୍ର ରୂପ ଦେଖି ଡରିଲା ପାକ୍, ଜାତିସଂଘର ଶରଣ ଲୋଡିଲା
- additional maths tuition singapore on ଅାସନ୍ତାକାଲି ବିଜେପି ଛାଡ଼ିବେ ଦିଲୀପ ରାୟ ଓ ବିଜୟ ମହାପାତ୍ର !
- Bryantgal on ଗଞ୍ଜାମର ପ୍ରସିଦ୍ଧ ମା’ ତାରାତାରିଣୀଙ୍କ ଚୈତ୍ର ଯାତ୍ରା ଉପରେ ଲାଗିଲା କଟକଣା
- basketball wetten Systeme on ପ୍ରେମ ବିବାହକୁ ନେଇ ଗାଁରେ ବସିଲା କଙ୍ଗାରୁକୋର୍ଟ: ଶଳା ବାହାଘର ଭିଣାଇକୁ ଦଣ୍ଡ !
