ଭୁବନେଶ୍ୱର: ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଅଙ୍ଗନୱାଡ଼ି କର୍ମଚାରୀମାନେ ଶୁଭେଚ୍ଛା ଜଣାଇବା ସହ ପ୍ରଶଂସାରେ ପୋତି ଦେଇଛନ୍ତି । ଦୀର୍ଘ ୪୮ ଦିନପରେ ମୁଖ୍ୟମନ୍ତ୍ରୀ ଦାବିକୁ କିଛି ମାତ୍ରରେ କାର୍ଯ୍ୟକାରୀ କରିବା ପରେ ଅଙ୍ଗନୱାଡ଼ି କର୍ମୀ ଓ ପାଚିକା ସହାୟିକାଙ୍କ ଦରମା ବୃଦ୍ଧିକୁ ନେଇ ସଂଘର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ପୂର୍ବରୁ ସଂଗଠନ ମାସିକ ଦରମା ସର୍ବନିମ୍ନ ୧୮ହଜାର ଓ ସହାୟିକା ମାନଙ୍କ ୯ହଜାର ଓ ଅଙ୍ଗନୱାଡ଼ି କର୍ମୀଙ୍କୁ ସରକାରୀ ମାନ୍ୟତା ଓ ଅବସର ସୀମା ୬୦ ବର୍ଷ ବରିବର୍ତ୍ତେ ୬୫ବର୍ଷକୁ ଦାବି କରି ଆସୁଥିଲା ସଂଗଠନ । ଯାହାକୁ ନେଇ ସାରା ରାଜ୍ୟରେ ସଂଗଠନ ଆନ୍ଦୋଳନ ଜାରି ରଖିଥିଲା । ବାଧ୍ୟ ହୋଇ ସରକାର ଆନ୍ଦୋଳନକୁ ସ୍ୱୀକାର କରିବା ସହ ଦାବିକୁ କାର୍ଯ୍ୟକାରୀ କରିବାକୁ ବାଧ୍ୟ ହୋଇଥିଲେ । ଅଙ୍ଗନୱାଡ଼ି କର୍ମୀଙ୍କ ଦରମା ୧୫୦୦, ସହାୟିକା ୧୨୫୦ଟଙ୍କା ଓ ପାଚିକା ସହାୟିକାଙ୍କ ୭୫୦ଟଙ୍କା ବୃଦ୍ଧି କରିଥିଲେ ସରକାର । ଏହାସହ ଆଗାମୀ ଦିନରେ ସରକାର ଆହୁରୀ ପଦକ୍ଷେପ ନେବାନେଇ ପ୍ରତିଶ୍ରୁତି ଦେଇଥିଲେ । ପୂର୍ବରୁ ଦାବି ହାସଲ ପାଇଁ ସରକାରଙ୍କ ବିରୋଧରେ ସଂଗଠନ ଗରମ ଭାବ ଖୋଉଥିବା ବେଳେ କିଛି ଦାବି ହାସଲ ପରେ ସରକାରଙ୍କୁ ପ୍ରଶଂସା କରିଛି ସଂଗଠନ । ଅଙ୍ଗନୱାଡ଼ି କର୍ମୀଙ୍କ ଏପରି ଅଭିମୁଖ୍ୟକୁ ନେଇ ରାଜ୍ୟର ବୁଦ୍ଧିଜୀବୀଲୋକ ‘କଭି ଖୁସି କଭି ଗମ’ ବୋଲି ଚର୍ଚ୍ଚା କରୁଛନ୍ତି ।
ରାଜ୍ୟ ଅଙ୍ଗନୱାଡ଼ି କର୍ମୀଙ୍କ ଆଭିମୁଖ୍ୟ ଥିଲା ଗରମ ଏବେ ନରମ !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- * * * $3,222 deposit available! Confirm your operation here: http://assaafahotels.com/index.php?snvjvc * * * hs=fd2b556f29fbb213f03b797a2080edf6* ххх* on Searching for the ‘angel’ who held me on Westminster Bridge
- ClaytonPer on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- القرفة للتنحيف on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
- XRumer23gox on ଆସୁଛି ବର୍ଷା ଉଜାଡ଼ି ଦେବ ଚାଷୀ ଭରଷା !
