ବିଜୁ ମହିଳା ଜନତା ଦଳର ବିଶାଳ ସମାବେଶ

Odisha Hot News
3 Min Read

ଭୁବନେଶ୍ୱର : କଟକ ଜିଲ୍ଲାର ନରସିଂହପୁର ଠାରେ ବିଜୁ ଜନତା ଦଳର ପ୍ରାୟ ୧୪ ହଜାରରୁ ଊଦ୍ଧ୍ୱର୍ ମହିଳାଙ୍କ ଏକ ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଜନା ଓ ସମନ୍ୱୟ ତଥା ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀମତୀ ଉଷା ଦେବୀ, ସ୍ଥାନୀୟ ବିଧାୟକ ତଥା ବିଜୁ ଜନତା ଦଳ ଉପ-ସଭାପତି ଦେବୀ ପ୍ରସାଦ ମିଶ୍ର, ରାଜ୍ୟ ମହିଳା ବିଜୁ ଜନତା ଦଳ ସଭାନେତ୍ରୀ ଡ. ମୀନତି ବେହେରା, କାର୍ଯ୍ୟକାରୀ ସଭାନେତ୍ରୀ ତଥା ମହିଳା ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଉପଦେଷ୍ଟା ଶ୍ରୀମତୀ କସ୍ତୁରୀ ମହାପାତ୍ର, ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଶୁଭଦ୍ରା ଦାସ ପ୍ରମୁଖ ଉଦ୍‍ବୋଧନ ଦେଇଥିଲେ । ବିଜୁ ଜନତା ଦଳ ଓ ନବୀନ ପଟ୍ଟନାୟକଙ୍କ ସରକାର ଓଡ଼ିଶାର ମହିଳାମାନଙ୍କୁ ସଶକ୍ତ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ ସଫଳତାର ସହିତ ନେଉଛି ଏବଂ ମହିଳାମାନଙ୍କ ବିକାଶ ପାଇଁ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ଲାଗି ସଂକଳ୍ପବଦ୍ଧ ବୋଲି ଆଜିର ଅନୁଷ୍ଠିତ ଏହି ସମାବେଶରେ ବକ୍ତାମାନେ ମତପ୍ରକାଶ କରିଥିଲେ ।
ନରସିଂହପୁରର ଶ୍ରୀଜଗନ୍ନାଥ ମନ୍ଦିରରୁ ପ୍ଲାକାର୍ଡ ଓ ସ୍ଳୋଗାନ୍‍ ସହ ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରା ବାହାରିଥିଲା ଏବଂ ନରସିଂହପୁର କ୍ଲବ ପଡ଼ିଆ ଠାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀମତୀ ଦେବୀ ମହିଳାମାନଙ୍କ ପାଇଁ ମମତା ଠାରୁ ମିଶନଶକ୍ତି ପର୍ଯ୍ୟନ୍ତ ଓ ଗ୍ରୁପ୍‍ ଗଠନ ଜରିଆରେ ବିଭିନ୍ନ କାର୍ଯ୍ୟକ୍ରମ ନୂଆଶତାବ୍ଦୀର ପ୍ରାରମ୍ଭରେ ନବୀନ ସରକାର ହିଁ ନେଇଆସୁଛନ୍ତି ବୋଲି କହିବା ସହ ନବୀନ ସରକାର ନେଉଥିବା ବିଭିନ୍ନ ଯୋଜନା ସଂପର୍କରେ ଉଲ୍ଲେଖ କରିଥିଲେ । ମହିଳା ବିଜେଡି ସଭାନେତ୍ରୀ ଡ. ମୀନତି ବେହେରା କହିଥିଲେ ଯେ ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଗ୍ରୁପ୍‍ ଗଠନ ଜରିଆରେ ୭୦ଲକ୍ଷ ମହିଳା ଅନ୍ତର୍ଭୁକ୍ତ ହୋଇ ଉପକୃତ ହୋଇପାରିଛନ୍ତି ବୋଲି ପ୍ରକାଶ କରିଥିଲେ । ରାଜ୍ୟ ଉପ-ସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର ନବୀନବାବୁଙ୍କ ନେତୃତ୍ୱରେ ତଥା ବିଜେଡିର ଆହ୍ୱାନରେ ରାଜ୍ୟର ମହିଳାମାନଙ୍କ କ୍ଷେତ୍ରରେ ଏକ ନିରବ ବିପ୍ଲବ ସଂଗଠିତ ହୋଇପାରିଛି ଏବଂ ଆମ ପୁରାଣ, ଇତିହାସ, ବର୍ତ୍ତମାନରେ ମାତୃଶକ୍ତିଙ୍କ ପ୍ରାଧାନ୍ୟ ଉପରେ ଉଦାହାରଣ ସହ ଉଲ୍ଲେଖ କରିଥିଲେ । ନବୀନ ସରକାର ଓ ବିଜୁ ଜନତା ଦଳର କାର୍ଯ୍ୟକ୍ରମ ମହିଳାମାନଙ୍କର ଅର୍ଥନୈତିକ, ସାମାଜିକ ତଥା ସାଂସ୍କୃତିକ ବିକାଶ କ୍ଷେତ୍ରରେ ଜାଗରଣ ସୃଷ୍ଟି କାରିପାରିଛି ଓ ଆହୁରି ଉଚ୍ଚତର ସୋପାନକୁ ନେଉଛି । ଶିଶୁ ମୃତ୍ୟୁହାର ଓ ମାତୃ ମୃତ୍ୟୁହାରରେ ଉଲ୍ଲେଖନୀୟ ସଫଳତା ଆଜି ଓଡ଼ିଶାରେ ହେବା ସହିତ ଜୀବନ ଜୀବିକାର ସ୍ୱଚ୍ଛନ୍ଦ ବାତାବରଣ ଓ କାର୍ଯ୍ୟକ୍ରମ ଆଜି ସଫଳତାର ସହିତ କରାଯାଉଛି । ନରସିଂହପୁରରେ ମିଶନଶକ୍ତି, ତୃପ୍ତି, ଜୀବନ ଜୀବିକା ନିର୍ବାହ ମିଶନ ଜରିଆରେ ୨୮୩୫ରୁ ଊଦ୍ଧ୍ୱର୍ ଗ୍ରୁପ୍‍ ଓ ୪୦ ହଜାରରୁ ଊଦ୍ଧ୍ୱର୍ ମା’ ଓ ଭଉଣୀ ସ୍ୱାଭିମାନର ସହିତ ବଞ୍ôଚବାର ନୂତନ ରାହା ପାଇଛନ୍ତି । ନୂତନ ଗ୍ରୁପ୍‍ଗୁଡିକ ପାଇଁ ୧୫ ହଜାର ଟଙ୍କା ସହାୟତା, ୧% ସୁଧରେ ପୁରୁଣା ଋଣକୁ ରାଜ୍ୟ ସରକାର ବହନ କରିବା ଏବଂ ବର୍ତ୍ତମାନ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ସମସ୍ତ ସୁଧ ରାଜ୍ୟ ସରକାର ବହନ କରିବା ଦ୍ୱାରା ମହିଳାମାନଙ୍କୁ ଆଗକୁ ନେବ ବୋଲି କହିବା ସହ ପ୍ରତି ପଞ୍ଚାୟତରେ ମିଶନଶକ୍ତି ଗୃହ, ଅଙ୍ଗନବାଡ଼ି କେନ୍ଦ୍ରର ଭିତ୍ତିଭୂମି ବିକାଶ, ପାରଶ୍ରମିକ ବୃଦ୍ଧି ଆଦି କାର୍ଯ୍ୟକ୍ରମ ମହିଳାମାନଙ୍କୁ ବିକାଶ ମାର୍ଗରେ ଯିବାକୁ ଉତ୍ସାହିତ କରିବ ବୋଲି ଶ୍ରୀ ମିଶ୍ର କହିଥିଲେ ।
କେନ୍ଦ୍ର ସରକାର ମହିଳାମାନଙ୍କ ପ୍ରତି କରିଥିବା ଦୋମୁହାଁ ନୀତିକୁ ଶ୍ରୀମତୀ ଶ୍ରୀମୟୀ ମିଶ୍ର ସମାଲୋଚନା କରିବା ସହ ବିଜେଡିର ଆହ୍ୱାନରେ ମହିଳାମାନେ ବିକାଶର ରାସ୍ତାରେ ଯାଇ ନିଜକୁ ସମୃଦ୍ଧ କରିବା ପାଇଁ ଆହ୍ୱାନ ଦେଇଥିଲେ । ଶ୍ରୀମତୀ କସ୍ତୁରୀ ମହାପାତ୍ର ବିଜୁବାବୁ ମହିଳାମାନଙ୍କୁ କିଭଳି ଅନୁପ୍ରେରିତ କରୁଥିଲେ, ତା’ର ଅବତାରଣା କରିଥିଲେ । ଶ୍ରୀମତୀ ଶୁଭଦ୍ରା ଦାସ ନରସିଂହପୁରର ମା’-ଭଉଣୀମାନେ ନବୀନବାବୁ ଓ ଦେବୀଭାଇନାଙ୍କ ପଛରେ ଅଛନ୍ତି ଏବଂ ଏହି ବିପୁଳ ସମାବେଶ ତା’ର ପ୍ରମାଣ ବୋଲି କହି ଉପସ୍ଥିତ ସମସ୍ତ ମା’-ଭଉଣୀମାନଙ୍କୁ ଅଭିନନ୍ଦନ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷ ଶ୍ରୀ କିଶୋର ମିଶ୍ର, ମହିଳାଙ୍କ ମଧ୍ୟରେ ଶ୍ରୀମତୀ ସୁସ୍ମିତା ଜେନା, ପ୍ରତିମା ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିଲେ । ସଭାସ୍ଥଳୀରେ ମହିଳା ବିଜେଡିର ଅଭିଯାନ ସଂଗୀତ ସହିତ ଅତିଥିମାନେ ଦେଇଥିବା ବକ୍ତବ୍ୟକୁ ହୁଳହୁଳି ଓ ଜିନ୍ଦାବାଦ୍‍ ଧ୍ୱନୀରେ ସମାବେଶକୁ ପ୍ରକମ୍ପିତ କରିଥିଲା ।

Share This Article
Leave a Comment