ଭୁବନେଶ୍ୱର : ବନ୍ଧାକୋବି ସାଧାରଣତଃ ଏକ ଶୀତଦିନିଆ ପରିବା । ଏହା ଖାଇବାକୁ ବେଶ୍ ସ୍ୱାଦିଷ୍ଟ । ତରକାରୀ କରି ଖାଇଲେ ଏଥିରୁ ଯାହା ଭିଟାମିନ୍ସ ମିଳିଥାଏ ଏହାକୁ କଞ୍ଚା ଖାଇଲେ ମଧ୍ୟ ସେତିକି ଲାଭ ମିଳିଥାଏ । ବିଶେଷ କରି ଏହାର ଜୁସ୍ ପିଇବା ଦ୍ୱାରା ହୃଦ୍ଘାତ ସମେତ ମଧୁମେହ, ମେଦବହୁଳତା, କର୍କଟ ଆଦି ରୋଗରୁ ମୁକ୍ତି ମିଳିଥାଏ । ଏନେଇ ଟରୋଣ୍ଟୋ ବିଶ୍ୱବିଦ୍ୟାଳୟର ଏକ ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ବନ୍ଧାକୋବି ଜୁସ୍ରେ ଭିଟାମିନ୍ କେ, ଭିଟାମିନ ସି, ଭିଟାମିନ ବି-୬, କ୍ୟାଲିସିୟମ, ଆଇରନ, ଜିଙ୍କ, ସୋଡିୟମ ପରି ବହୁ ମିନେରାଲ ରହିଥାଏ। ରେଡିଏସନ ଥେରାପିରେ ତ୍ୱଚାର ସୁରକ୍ଷା ଲାଗି ବନ୍ଧାକୋବି ଜୁସ୍ ବ୍ୟବହାର କରାଯାଇଥାଏ। ବନ୍ଧାକୋବିରେ ପ୍ରଚୁର ପରିମାଣରେ ସଲ୍ଫର ଥିବାରୁ ଏହା କ୍ୟାନସର ପରି ମହାମାରୀ ମଧ୍ୟ ଦୂର କରିଥାଏ। ନିୟମିତ ଦରସିଝା ବନ୍ଧାକୋବି ଖାଇଲେ ରକ୍ତଚାପକୁ ନିୟନ୍ତ୍ରଣ କରିହେବ ବୋଲି ରିପୋର୍ଟରେ ଉଲ୍ଳେଖ କରାଯାଇଛି ।
ହୃଦଘାତ ଦୂରକରେ ବନ୍ଧାକୋବି କିପରି ଜଣାନ୍ତୁ !
- Advertisement -
Stay Connected
Comment
- pinup_sksi on ୟୁନିୟନ୍ ବ୍ୟାଙ୍କରେ ରହିବ ମହାପ୍ରଭୁଙ୍କ ଟଙ୍କା
- Mosesdubre on ମୋଦି ଅର୍ଥ ମୁଣା ଏବେ ସହର ମୁହାଁ; ଗାଁ ଚାଷୀ, ମୂଲିଆ ଭକୁଆ !
- Reubentamma on ମୋଦି ଅର୍ଥ ମୁଣା ଏବେ ସହର ମୁହାଁ; ଗାଁ ଚାଷୀ, ମୂଲିଆ ଭକୁଆ !
- JamesFrulp on ମୋଦି ଅର୍ଥ ମୁଣା ଏବେ ସହର ମୁହାଁ; ଗାଁ ଚାଷୀ, ମୂଲିଆ ଭକୁଆ !
- StevenDrymn on ମୋଦି ଅର୍ଥ ମୁଣା ଏବେ ସହର ମୁହାଁ; ଗାଁ ଚାଷୀ, ମୂଲିଆ ଭକୁଆ !
