ପୁଣି ରାଜ୍ୟକୁ ଫେରିଲା ଅଣ୍ଡା ଫିଙ୍ଗା ଫର୍ମୁଲା; ମହିଳା କଂଗ୍ରେସ ପରେ ଛାତ୍ର କଂଗ୍ରେସ ଫିଙ୍ଗିଲା..

Odisha Hot News
1 Min Read


ଭୁବନେଶ୍ୱର: ମହିଳା କଂଗ୍ରେସ ପରି ଛାତ୍ର କଂଗ୍ରେସ ମଧ୍ୟ ଯେଶାକୁ ତେସା ନୀତି ଆପଣାଇଲା । କିଛି ଦିନ ପୂର୍ବରୁ ମହିଳା କଂଗ୍ରେସ ମହାରଥୀଙ୍କ ପ୍ରତିକ୍ରିୟାକୁ ନେଇ ମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଅଣ୍ଡା ଟମାଟୋ ଫିଙ୍ଗି ଜବାବ ଦେଇଥିବା ବେଳେ ଆଜି ଠିକ୍ ଏହି ପନ୍ଥା ଆପଣାଇଛି ଛାତ୍ର କଂଗ୍ରେସ । ଆଜି ଛାତ୍ର କଂଗ୍ରେସ ନବୀନ ନିବାସ ଘେରାଉ ପାଇଁ ଶେଭାଯାତ୍ରାରେ ଯାଉଥିବା ସମୟରେ ଶିଶୁ ଭବନ ଛକରେ ପୋଲିସ ବାଟ ଉଗାଳି ଥିଲା ।ଯାହାକୁ ନେଇ ଛାତ୍ର କଂଗ୍ରେସ ଓ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେବାସହ ଛାତ୍ର କଂଗ୍ରେସ ପୋଲିସ ବ୍ୟାରିକେଟ୍ ଭାଙ୍ଗିବା ସହ ପୋଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଛି । ପୋଲିସ ଏହି ଘଟଣାରେ ଶତାଧିକ ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସ ଗିରଫ କରିଛି ସୂଚନାଅନୁଯାୟୀ ଗୋଲଡ଼େନ ବାବା ଲିଙ୍କରେ ମେୟର ସମ୍ପୃକ୍ତ ଥିବା ଅଭିଯୋଗ ତଥା ଛାତ୍ରନେତା ଚିନ୍ମୟ ସାହୁଙ୍କୁ ଗିରଫ ଦାବିରେ ଛାତ୍ର କଂଗ୍ରେସ ନବୀନ ନିବାସ ଘୋରାଉ ପାଇଁ ଶୋଭାଯାତ୍ରାରେ ଯିବା ସମୟରେ ଶିଶୁଭବନ ଛକରେ ଏପରି ଅପ୍ରିତିକର ଘଟଣା ଘଟିଛି ।

Share This Article
Leave a Comment