ଜୋର ଧରିଲା ୪୮ ଘଣ୍ଟିଆ ଭାରତ ବନ୍ଦ ପାଳନ !

Odisha Hot News
1 Min Read


ଭୁବନେଶ୍ୱର ; ୧୨ ଦଫା ଦାବିରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍, ସ୍ବାଧୀନ ଫେଡେରେସନ୍ ଓ ଆସୋସିଏସନ ସମେତ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନଙ୍କ ଦ୍ବାରା ଦିଆଯାଇଥିବା ୪୮ ଘଣ୍ଟିଆ ଭାରତ ବନ୍ଦ ଡାକରାରେ ବନ୍ଦ ପାଳନ ଆରମ୍ଭ ହୋଇଯାଇଛି । ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ଦେଖାଦେଇଛି।ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଟାୟାର ଜାଳି ବିଭିନ୍ନ ସଂଗଠନ ତରଫରୁ ବନ୍ଦ ପାଳନ କରାଯାଇଛି । ଆଜି ଓ ଆସନ୍ତାକାଲି ବନ୍ଦ ଡାକରା ଦିଆଯାଇଥିବା ବେଳେ ଏଥିରେ ୧୦ଟି ଶ୍ରମିକ ସଂଗଠନର ୨୦ କୋଟି କର୍ମଚାରୀ ସାମିଲ ହୋଇଛନ୍ତି।
ରାଜଧାନୀ ଭୁବନେଶ୍ୱର ସମେତ ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ୬ଟି ରେଲୱେ ସାଇଡିଂ ବନ୍ଦ ରହିଛି। ଆନ୍ଦୋଳନକାରୀମାନେ ପିକେଟିଂ କରି ୨୧୫ ଓ ୧୪୩ ଜାତୀୟ ରାଜପଥ ଅବରୋଧ କରିଛନ୍ତି। ବାଲେଶ୍ୱର ଷ୍ଟେସନରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ରେଳରୋକ କରାଯାଇଛି। ଫଳରେ ଗୁଆହାଟୀ-ଥିରୁଅନନ୍ତପୁରମ ଏକ୍ସପ୍ରେସ୍ ବାଲେଶ୍ୱର ଷ୍ଟେସନରେ ଅଟକି ରହିଛି। ସହରରେ ବସ୍ ଚଳାଚଳ ମଧ୍ୟ ରହିଛି। ସେହିପରି ରାୟଗଡ଼ା ଜିଲ୍ଲାର ଗୁଣପୁରରେ ଦୋକାନ, ବଜାର ସହ ଗାଡ଼ି ଚଳାଚଳ ବନ୍ଦ ରହିଛି। କୋରାପୁଟ ଜିଲ୍ଲାର ଲମତାପୁଟରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ସହରରୁ ବିଭିନ୍ନ ସ୍ଥାନକୁ ବସ୍ ଚଳାଚଳ ବନ୍ଦ କରିଛି। ବନ୍ଦକୁ ଟେଲିକମ୍, ସ୍ୱାସ୍ଥ୍ୟ, ଶିକ୍ଷା, କୋଇଲା, ଷ୍ଟିଲ୍, ବିଦ୍ୟୁତ୍, ବ୍ୟାଙ୍କ, ବୀମା ଓ ପରିବହନ ସେକ୍ଟରର କର୍ମଚାରୀମାନେ ସମର୍ଥନ କରୁଥିବା ଟ୍ରେଡ୍ ୟୁନିୟନ୍ ପକ୍ଷରୁ କୁହାଯାଇଛି।

Share This Article
Leave a Comment