ବଲିଉଡର ସୁପରଷ୍ଟାର ଏବଂ ଲକ୍ଷ ଲକ୍ଷ ଜନତାଙ୍କ ଧଡକନ୍ ସଲମାନ ଖାନ୍ ଙ୍କ ଜନ୍ମଦିନ ବଡ ଧୁମଧାମରେ ପାଳନ ହୋଇଛି

Odisha Hot News
1 Min Read

ବଲିଉଡର ସୁପରଷ୍ଟାର ଏବଂ ଲକ୍ଷ ଲକ୍ଷ ଜନତାଙ୍କ ଧଡକନ୍ ସଲମାନ ଖାନ୍ ଙ୍କ ଜନ୍ମଦିନ ବଡ ଧୁମଧାମରେ ପାଳନ ହୋଇଛି । ଭାଇଜାନ୍ ନିଜ ଜନ୍ମଦିନ ତାଙ୍କ ପନବେଲ ଫାର୍ମହାଉସରେ ମନାଇଥିଲେ । ସେହି ପାର୍ଟି ରେ ବହୁ ବଲିଉଡ କଳାକାର ମାନଙ୍କୁ ନିମନ୍ତ୍ରୀତ କରାଯାଇଥିଲା । ସୁଶ୍ମ୍ମୀତା ସେନ , କ୍ୟାଟ୍ରିନା କୈଫ , ଜ୍ୟାକଲିନ୍ , ୟୁଲିଆ , ବବି ଦେଓଲ ଙ୍କ ପରି ବହୁ କଳାକାର ଉପସ୍ଥିତ ଥିଲେ । ତେବେ ସବୁବର୍ଷ ପରି ଏଥର ବି ଭାଇଜାନଙ୍କ ପରିବାର ୨୫ ଡିସେମ୍ବରରୁ ତାଙ୍କ ଜନ୍ମଦିନ ପାଳନ କରିଥିଲେ ।
ସଲମାନ୍ ଙ୍କ କହିବା ଶୈଳୀ ହେଉ କିମ୍ବା ତାଙ୍କ ଚାଲିବାର ଷ୍ଟାଇଲ ସମସ୍ତଙ୍କୁ ପସନ୍ଦ ଆସିଥାଏ । ଖାସକରି ତାଙ୍କ ବ୍ଲୁ ବ୍ରେସଲେଟ ଟି ଫ୍ୟାନ୍ ମାନେ ବହୁ ପସନ୍ଦ କରିଥାନ୍ତି ।ତେବେ ସେହି ବ୍ରେସଲେଟଟି ଭାଇଜାନ୍ ଙ୍କୁ ତାଙ୍କ ବାପା ଗିଫ୍ଟି କରିଥିଲେ । ବଜାରରେ ମଧ୍ୟ ସେହି ବ୍ରେସଲେଟ ପରି ଡୁପ୍ଲିକେଟ ମିଳୁଛି । ମାତ୍ର ଯେଉଁମାନେ ସେହି ବ୍ରେସଲେଟର ଅସଲି ଚାହୁଁଥାନ୍ତି ସେମାନଙ୍କ ପାଇଁ ଖୁସିଖବର ।
ନିଜ ଜନ୍ମଦିନରେ ଭାଇଜାନ୍ ଫ୍ୟାନ ମାନଙ୍କ ପାଇଁ ନିଆରା ଭେଟି ଆଣିଦେଛନ୍ତି ବ୍ଲୁ ବ୍ରେସଲେଟ ମାଧ୍ୟମରେ । ତେବେ ଏହି ବ୍ଲୁ ବ୍ରେସଲେଟ ଟି ଏବେ ଫ୍ଲିପକାର୍ଟ ଓ ବିଙ୍ଗ-ହ୍ୟୁମାନ ସାଇଡରେ ଅସଲି ମିଳିବ ବୋଲି ଭାଇଜାନ କହିଥିଲେ ।

Share This Article
Leave a comment