ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା ନିକଟରେ କୁଖ୍ୟତ ଅପରାଧି ଅନନ୍ତ କୁମାର ମାଛୁଆ ପୁଲିସ ଗୁଳିରେ ଗୁରୁତର ରୁପେ ଆହତ । ଅପରାଧି ଅନନ୍ତର ଆଗରୁ ଖୋର୍ଦ୍ଧା , ନୟାଗଡ , ଗଞ୍ଜାମ ଜିଲ୍ଲାରେ ୧୦ରୁ ଅଧିକ ଅପରାଧ ମାମଲା ରହିଛି । ତେବେ ଅନନ୍ତର ଘର ନୟାଗଡ ଜିଲ୍ଲା ରଣପୁରର ବଡଘାଟିରେ ।
ସୂଚନାଅନୁଯାୟୀ ଗତକାଲି ରାତିରେ ଅନନ୍ତ ଗୁଡିଢେପ ରେ ବୁଲୁଥିଲା ବୋଲି ପୁଲିସ କୈଣସି ସୁତ୍ରରୁ ଖବର ପାଇ ଘଟଣା ସ୍ଥଳରେ ପହଁଚିଥିଲା । ସେଠାରେ ପହଁଚି ଗୁଳି•ଳନା କରିବାରୁ ଅପର ପକ୍ଷରୁ ମଧ୍ୟ ଗୁଳି•ାଳନା ହୋଇଥିଲା । ତେବେ ଏହି ସମୟରେ ଅନନ୍ତର ଡାହାଣ ଗୋଡରେ ଗୁଳି ମାରି ପୁଲିସ ତାକୁ କାବୁ କରିବାରେ ସକ୍ଷମ ହେଇଥିଲା ।
ବର୍ତ୍ତମାନ ଅନନ୍ତକୁ ପୁଲିସ ବ୍ରହ୍ମପୁର ବଡ ମେଡିକାଲ ରେ ରଖିଛି । ଏହାସହ ପୁଲିସ ଅନନ୍ତ ଠାରୁ ୩ଟି ଗୁଳି , ଗୋଟିଏ ପିସ୍ତଲ ଓ ଗୋଟିଏ ବାଇକ ଜବତ କରିଛି
କୁଖ୍ୟାତ ଅପରାଧି ଅନନ୍ତ କୁମାର ମାଛୁଆ ପୁଲିସ ଗୁଳିରେ ଗୁରୁତର ଆହତ !

Leave a comment
Leave a comment