ଅଧ ରାତିରେ ଚାଳକର ଲାଗିଗଲା ଆଖି : ଟ୍ରକ ପଛପଟୁ ପିଟିଦେଲା ଟ୍ରକ ଚାଲିଗଲା ଜୀବନ

Odisha Hot News
1 Min Read


ଭଦ୍ରକ : ଭଦ୍ରକ ଜିଲ୍ଲା ବନ୍ତ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ରାସ୍ତାରେ କଡରେ ଛିଡା ହୋଇଥିବା ଚିସ୍ପ ବୋଝେଇ ଟ୍ରକକୁ ପଛରୁ ଆସୁଥିବା ଏକ ମାଲ ବୋଝେଇ ଟ୍ରକ ଧକ୍କା ଦେଇଛି । ଏହି ଧକ୍କା ଫଳରେ ସୁନାରାମ( ଟ୍ରକ ହେଲପର ) ନାମକ ବ୍ୟକ୍ତିଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ସୁଚନା ଅନୁଯାଇ ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ କଡରେ ଗତକାଲି ବିଳମ୍ବିତ ରାତିରେ ଏକ ଚିସ୍ପି ବୋଝେଇ ଟ୍ରକ ଛିଡା ହୋଇଥିଲା । ଉକ୍ତ ଟ୍ରକଟି ଚଣ୍ଡିଖୋଲରୁ ବାଲେଶ୍ୱର ଯାଉଥିଲା। ତେବେ କୌଣସି କାରଣ ବଶତଃ ସେଠାରେ ଅଟକି ରହିଥିଲା।ଯେଉଁ ଟ୍ରକ୍ଟି ତା’ ପଛରେ ପିଟି ହେଲା, ତାହା ରାଉରକେଲାରୁ ଭଦ୍ରକ ଆସୁଥିଲା। ତେବେ ଏହି ଦୁର୍ଘଟଣାର ଖବର ସ୍ଥାନୀୟ ପୁଲିସକୁ ମିଳିବା ମାତ୍ରେ ସେଠାରେ ପହଞ୍ଚି ହେଲପରଙ୍କ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଛି ।

Share This Article
Leave a Comment