ଅଶାନ୍ତ ସମୁଦ୍ରରେ ଗାଧୋଇବା ମହଙ୍ଗା ପଡିଲା !

Odisha Hot News
1 Min Read


ପୁରୀ ; ପୁରୀ ସମୁଦ୍ରରେ ପୁଣି ଅଘଟଣ । ପ୍ରଶାସନର ବାରମ୍ବାର ବାରଣ ସତ୍ତେ୍ୱ ଅଶାନ୍ତ ସମୁଦ୍ରରେ ଗାଧୋଇବା ମହଙ୍ଗା ପଡିଲା ଜଣେ ଛାତ୍ରଙ୍କୁ । ସମୁଦ୍ରରେ ଗାଧୋଇବାର ମଜା ନେଉଥିବ ବେଳେ ବୁଡି ଯାଇ ଛାତ୍ର ଜଣକ ନିଖୋଜ ଅଛନ୍ତି । ନିଖୋଜ ଛାତ୍ର ଜଣକ ଝାଡଖଣ୍ଡ ରାଞ୍ôଚର କ୍ରିଷ୍ନା କୁମାର ବୋଲି ଜଣାପଡିଛି । ସୂଚନାନୁସାରେ, ଗତକାଲି କ୍ରିଷ୍ଣା ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ। ଆଜି ପ୍ରାୟ ସାଢ଼େ ୯ଟା ସମୟରେ ହଲିଡେ ରିସୋର୍ଟ ନିକଟରେ ସାଙ୍ଗମାନଙ୍କ ସହ ସମୁଦ୍ରରେ ଗାଧୋଇବା ବେଳେ କ୍ରିଷ୍ଣା ଭାସି ଯାଇଛନ୍ତି। ତେବେ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ ଜାରି ରହିଛି।

Share This Article
Leave a Comment