କମେଡି କିଙ୍ଗ କପିଲ ଶର୍ମା !

Odisha Hot News
2 Min Read

ଅନ୍ୟକୁ ହସାଇବାରେ ଯିଏ ଆନନ୍ଦ ପାଇଥାଏ, ନିଜର ଶୋ ପାଇଁ ଘରେ ଘରେ ଯିଏ ପରିଚିତ । Comedy Nights with KapilThe Kapil Sharma ShowFamily TIme with Kapilଆଦି ସୋ ପାଇଁ ପିଲାଠୁ ବୁଢା ସମସ୍ତଙ୍କର ଯିଏ ପସନ୍ଦ । ସେ ଆଉ କେହି ନୁହନ୍ତି ବଲିଉଡର କମେଡି କିଙ୍ଗ କପିଲଶର୍ମା । କପିଲ ଏକାଧାରରେ ଜଣେ ଷ୍ଟାଣ୍ଡଅପ କମେଡିଆନ, ଟେଲିଭିଜନ ପ୍ରେଜେଣ୍ଟର,ଆକ୍ଟର ଏବଂ ପ୍ରଡ୍ୟୁସର ମଧ୍ୟ ।

ତେବେ କପିଲ ଶର୍ମା୨ ଏପ୍ରିଲ ୧୯୮୧ରେ ପଞ୍ଜାବର ଅମ୍ରିତସରରେ ଜନ୍ମ ହୋଇଥିଲେ । କପିଲଙ୍କ ବାପା ଜିତେନ୍ଦ୍ର କୁମାର ପଞ୍ଜାବ ପୋଲିସ ହେଡ କନେଷ୍ଟବଳ ଥିଲେ । ନିଜ ବାପାଙ୍କ ମୃତ୍ୟୁ ପରେ କପିଲ ପୁରା ଭାଙ୍ଗି ପଡିଥିଲେ । କିନ୍ତୁ କପିଲ ଛୋଟବେଳୁ ଅନ୍ୟ ସେଲିବ୍ରଟି ମାନଙ୍କ ମିମିକିରି କରୁଥିଲେ । କଲେଜରେ ପଢିବା ଟାଇମରୁ ମଧ୍ୟ ଟିଚର ମାନଙ୍କର ମିମିକିରି କରି ଏବଂ ନିଜର ଆକ୍ଟିଙ୍ଗ ଟ୍ୟାଲେଣ୍ଟ ପାଇଁ ବହୁତ ପ୍ରଶଂସା ସାଉଁଟିଥିଲେ । କିନ୍ତୁ ପ୍ରଥମେ ପ୍ରଥମେ କପିଲ ଅନେକ ସ୍ଥାନରେ ଅଡିସନ ଦେଇଥିଲେ ମଧ୍ୟ ତାଙ୍କୁ ରିଜେକ୍ଟ କରିଦିଆଯାଉଥିଲା । ପରେ ୨୦୦୭ରେ StarOne  The Great Indian Laughter Challeng ସିଜିନ ୩ ର ବିଜେତା ହୋଇ ୧୦ ଲକ୍ଷ ପୁରସ୍କାର ପାଇଥିଲେ ଏବଂ ସେହି ଶୋ ଜରିଆରେ ହିଁ ସେ ଲୋକଲୋଚନକୁ ଆସିଥିଲେ । ଏହା ପୂର୍ବରୁ ସେ MH One ଚ୍ୟାନେଲରେ ପ୍ରସାରିତ ପଞ୍ଜାବି ଶୋ  Hasde Hasande Ravoଜରିଆରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ SonyTVରେ ପ୍ରସାରିତComedy Circus ହିଁ ତାଙ୍କୁ ଅଧିକ ସଫଳତା ଆଣିଦେଇଥିଲା । ଏହାପରେ କେବେ ପଛକୁ ଫେରି ଚାହିଁ ନାହାନ୍ତି କପିଲ ।୨୦୧୬ ରେ Ormax Media  ତରଫରୁ ପପୁଲାର ଟେଲିଭିଜନ ପର୍ସନାଲିଟି Award ପାଇଥିଲେ । Kis Kisko PyaarKaroonଫିଲ୍ମ ଜରିଆରେ ଲିଡ ରୋଲର ଡେବୁ କରିଥିଲେ ଏବଂ ଏଥିପାଇଁ ୨୦୧୫ ରେ ଚPromisingDebut Award ଧ୍ୟ ପାଇଥିଲେ । ୨୦୦୬ରୁ ନିଜର କ୍ୟାରିୟର ଆରମ୍ଭ କରି ଏଜାବତ କପିଲ ୫ଟି ଫିଲ୍ମ , ୨୯ ଟି ଶୋ ରେ ନଜର ଆସିଛନ୍ତି । ଏହା ସହ ୨୦୧୨-୧୬ ମଧ୍ୟରେ ୬ଟି ପ୍ରେଷ୍ଟିଜିୟସ Awardମଧ୍ୟ ଆପଣାଇଛନ୍ତି ।

ତେବେ ଗତ ଡିସେମ୍ବର ୧୨ ତାରିଖରେ ନିଜ ଲଙ୍ଗଟାଇମ୍ ଗର୍ଲଫ୍ରେଣ୍ଡ ଗିନ୍ନି ଚିତ୍ରର୍ଥ୍ଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏହି ପଞ୍ଚାବୀ ୱେଡିଂ ଗିନ୍ନିଙ୍କ ହୋମଟାଉନ୍ ଜାଲନ୍ଧରରେ ହୋଇଥିଲା। ଗିନ୍ନି ଓ କପିଲ୍ କଲେଜ୍ ବେଳରୁ ହିଁ ବନ୍ଧୁ ଥିଲେ। ଦୁହେଁ ଏକାଠି ଷ୍ଟାରୱାନ୍ରେ ପ୍ରସାରିତ ସୋ’ ‘ହଁସ୍ ବଲିଏ’ରେ ଭାଗ ନେଇଥିଲେ। ବାହାଘର ପରେ କପିଲ ବହୁତ ଶୀଘ୍ର ନିଜ ସୋ ନେଇ ପରଦାକୁ ଫେରୁଛନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳୁଛି ।

Share This Article
Leave a comment