ପୁରୀ: ଦିନକୁ ଦିନ ଦେଶେରେ ବଢିବାରେ ଲାଗିଛି ବେକାରୀ ସମସ୍ୟା । ଯେଉ ଁକାରଣରୁ ଅନେକ ବେକାରୀ ଠକାମିର ଶିକାର ହେଉଛନ୍ତି । ସେମିତ ପୁରୀରେ ି ଜଗାକୁ ନେଇ ଚାଲିଛି ବେପାର । ଗତ କିଛି ଦିନ ପୂର୍ବରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ, କୁ ନେଇ ଭକ୍ତ ଓ ପୁଲିସ ମଧ୍ୟରେ ଜୋରଦାର ବିବାଦ ଲାଗିରହିଥିଲା । ତା ପରେ ପରେ ଜଗାକୁ ଦର୍ଶନ କରିବା ପାଇ ଟିକେଟ କାଟିବା ନିୟମ ଲାଗୁହେବା ସହିତ ମହାପ୍ରଭୁଙ୍କ ମହାପ୍ରସାଦର ଦର ବୃଦ୍ଧି ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ଖାଲି ସେତିକି ରେ ସରିନଥିଲା ଜଗାକୁ ନେଇ ବେପାର । ତେବେ ୨୦୧୫ ମସିହାରେ ମହାପ୍ରଭୁଙ୍କ ନବକଳେବର ପାଇଁ ଦାରୁ ଚୟନର ଦାୟିତ୍ୱ ନେଇଥିଲେ ଦଇତାପତି । କିନ୍ତୁ ସେମାନେ ତାଙ୍କର ଦାୟିତ୍ୱ ତୁଲାଇବା ପରିବତ୍ତତ୍ତେ ଜଗାକୁ ନେଇ ମୂଲଚାଲ କରିଥିଲେ । ଯେଉଁ କାରଣରୁ ଦେଖାଦେଇଥିଲା ବ୍ରହ୍ମବିଭ୍ରାଟ । ବ୍ରହ୍ମବିଭ୍ରାଟକୁ ନେଇ ଶ୍ରୀମନ୍ଦିର ପ୍ରଶାସକ ଓ ପ୍ରଶାସନ ମଧ୍ୟରେ ବାଦ ବିବାଦ ଲାଗିରହିଥିବା ବେଳେ ପୁଣି ଦେଖାଦେଇଥିଲା ରତ୍ନଭଣ୍ଡାରୁ ନେଇବିବାଦ । ସେପଟ ଏହି ସବୁ ବିବାଦ ନ ତୁଟୁଣୁ ଆଉ ଏକ ନିଆରା ଅଭିଯୋଗ ସାମ୍ନାକୁ ଆସିଛି । ତେବେ ଶ୍ରୀମନ୍ଦିରରେ ଚାକିରୀ ଦେବା ନାଁ କହି ଲୁଟିନେଇଛନ୍ତି ଲକ୍ଷ୍ୟାଧିକ ଟଙ୍କା । ତେବେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଖୋର୍ଦ୍ଧାାର କିଛି ଯୁବକ । ତେବେ ଶ୍ରୀମନ୍ଦିରରେ ଚାକିରୀ ଦେବା କହି ଖୋର୍ଦ୍ଧାର ୬ ଜଣ ଯୁବବଙ୍କ ଠାରୁ ଲକ୍ଷ୍ୟାଧିକ ଟଙ୍କା ଠକେଇ ହୋଇଛି । କାହାଠାରୁ ୧୦ ହଜାର ତ ଆଉ ଜାହାଠାରୁ ୧୫ ହଜାର ଟଙ୍କା ଭୁଆଁ ବୁଲାଇ ଠକି ନେଇଛନ୍ତି । ତେବେ ଏନେଇ ଯୁବମାନେ ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ ଦାୟର କରିଛନ୍ତି । ଅଭିଯୋଗ ମୁତାବକ, ଜନୈକ ବ୍ୟକ୍ତି ଶ୍ରୀମନ୍ଦିରରେ ଚାକିରି କରୁଥିବା କହି ବେକାର ଯୁବକମାନଙ୍କଠାରୁ ଟଙ୍କା ଆଦାୟ କରିଥିଲେ। ଖୋର୍ଧା ଜିଲ୍ଲା ଗଣିଆଟାଙ୍ଗି ବାଜପୁରର ଅଭିରାମ ମଙ୍ଗରାଜଙ୍କ ଅଭିଯୋଗ ମୁତାବକ, ଶ୍ରୀମନ୍ଦିରରେ ଚାକିରି କରାଇ ଦେବାକୁ କହି ଏହି ବ୍ୟକ୍ତି ତାଙ୍କଠାରୁ ୨୦ ହଜାର ଟଙ୍କା ଦାବି କରିଥିଲେ। ଚାକିରି ପୂର୍ବରୁ ସିକ୍ୟୁରିଟି ବାବଦରେ ୧୦ ହଜାର ଟଙ୍କା ନେବାସହିତ କହିଥିଲେ ଜି ଚାକିରି ପରେ ବାକି ଟଙ୍କା ନେବେ । ସେହି ଅନୁଯାୟୀ ୧୦ ହଜାର ଟଙ୍କା ନେବା ପରେ ସଂପୃକ୍ତ ବ୍ୟକ୍ତି ତାଙ୍କୁ ଏକ ରସିଦ୍ ଦେଇଥିଲେ। ଟଙ୍କା ଦେବାର କିଛି ଦିନ ପରେ ଅର୍ଥାତ୍ ଗତ ୬ ତାରିଖରେ ତାଙ୍କୁ ଏକ ଜଏନିଂ ଲେଟର ପଠାଇଥିଲେ। ୨୦୧୯ ଜାନୁଆରି ୧୫ରୁ ଫେବୃଆରୀ ୧୦ ଭିତରେ ଘରର ଜନୈକ ସଦସ୍ୟଙ୍କୁ ସାଙ୍ଗରେ ନେଇ ଶ୍ରୀମନ୍ଦିର କାର୍ୟ୍ୟାଳୟ ଦେଖା କରିବାକୁ କୁହାଯାଇଥିଲା। ଅନ୍ୟପଟେ ନିଯୁକ୍ତିପତ୍ର ରେ ଶ୍ରୀଜଗନ୍ନାଥ ମନ୍ଦିର ବୋଲି ଉଲ୍ଲେଖ ଥିବା ଓ ଷ୍ଟାମ୍ପ ବାଜିଥିବା ଜଣାପଡିଛି ।
ପୁଣି ଜଗାକୁ ଲାଗିଲା କଳଙ୍କ , ଶ୍ରୀମନ୍ଦିରରେ ଚାକିରୀ ଦେବା କହି ଠକି ନେଲେ ଲକ୍ଷ୍ୟାଧିକ ଟଙ୍କା !
You Might Also Like
Leave a Comment
Leave a Comment
- Advertisement -
Stay Connected
Comment
- pinup_ncSn on ଆଜିର ରାଶିଫଳ
- mostbet_awsa on ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: କ୍ୱାରାଣ୍ଟାଇନ୍ ନିୟମ ଉଲ୍ଲଂଘନ କଲେ ଗିରଫ
- 1win_uoPr on ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଘୋଷଣା: କ୍ୱାରାଣ୍ଟାଇନ୍ ନିୟମ ଉଲ୍ଲଂଘନ କଲେ ଗିରଫ
- 1xbet indir_wokl on ଆଜି କ୍ୱାଟର ଫାଇନାଲରେ ମୁହାଁମୁହିଁ ହେବେ : ଆର୍ଜେଣ୍ଟିନା-ଇଂଲଣ୍ଡ, ଅଷ୍ଟେଲିଆ-ଫ୍ରାନ୍ସ !
- BK Megapari_geoa on ଆଜିଠାରୁ ଆରମ୍ଭ ହେବ ‘ମୋ ସରକାର’ ଯୋଜନା
