[ad_1]
ଭୁବନେଶ୍ବର: ଗତ ୨୮ ତାରିଖଠାରୁ ସ୍ଥାନୀୟ ୟୁନିଟ୍ ୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହୋଇଛି କଳିଙ୍ଗ ପୁସ୍ତକ ମେଳା। ଏହି ମେଳା ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ଏହି ପୁସ୍ତକ ମେଳାରେ ଏନ୍ସିପିୟୁଏଲ୍ (ଉର୍ଦ୍ଦୁ ଭାଷାର ପ୍ରୋତ୍ସାହନ ପାଇଁ ଜାତୀୟ ପରିଷଦ) ପକ୍ଷରୁ ଏକ ଷ୍ଟଲ୍ ଖୋଲାଯାଇଛି। ଉର୍ଦ୍ଦୁଭାଷାର ବିକାଶ ପାଇଁ ଓଡ଼ିଶାରେ ପ୍ରଥମ ଥର ପାଇଁ ଏନ୍ସିପିୟୁଏଲ୍ ପକ୍ଷରୁ ଏହି ପ୍ରୟାସ ଆରମ୍ଭ କରାଯାଇଛି। ଏହି ଷ୍ଟଲ୍ରେ ଉର୍ଦ୍ଦୁ ଭାଷାର ବିଭିନ୍ନ ପୁସ୍ତକ ପ୍ରଦଶର୍ନୀ କରାଯାଇଛି। ଏହି ଷ୍ଟଲ୍ରେ ବହୁ ଉର୍ଦ୍ଦୁଭାଷୀ ପ୍ରେମୀ ଯୋଗଦେଇଥିବା ବେଳେ ସମାଜସେବୀ ସେଖ୍ ଅବଦୁଲ୍ଲ ବାରି ଯୋଗଦେଇ ଏନ୍ସିପିୟୁଏଲ୍ର ଏହି ପ୍ରୟାସକୁ ପ୍ରଶଂସା କରିବା ସହ ଏହାର ନିର୍ଦେଶକଙ୍କୁ ଧନ୍ୟବାଦ ଦେଇଥିଲେ।
[ad_2]
Source link
Comment