୫ଟି ପିଙ୍କ୍ ଓ ୧୫ଟି ଆଦର୍ଶ ବୁଥ୍‌

Odisha Hot News
2 Min Read

[ad_1]

ଭଦ୍ରକ: ୪୬-ଧାମନଗର ଏସ୍‌.ସି. ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଅନୁଷ୍ଠିତ ହେବାକୁ ଯାଉଥିବା ଉପନିର୍ବାଚନରେ ୫ଟି ପିଙ୍କି ବୁଥ୍ ଓ ୧୫ଟି ଆଦର୍ଶ ବୁଥ୍ କରାଯାଇଛି । ଧାମନଗର ଏନ୍‌.ଏ.ସି.ର ଦକ୍ଷିଣବାଡ଼, ୱାର୍ଡ଼ ନଂ ୧୧ର ବୁଥ୍ ନଂ ୧୧୧ ମହେନ୍ଦ୍ର ନୋଡ଼ାଲ ୟୁ.ପି.ସ୍କୁଲ, ତାଳପଦା ୱାର୍ଡ଼ ନଂ ୭ ରୁ ବୁଥ୍ ନଂ ୧୧୩, ତାଳପଦା ନୋଡ଼ାଲ ୟୁ.ପି. ସ୍କୁଲ (ଏନ୍‌), ଜୟନଗର ର ୱାର୍ଡ଼ ନଂ ୩ର ବୁଥ୍ ନଂ ୧୧୭, ଅନନ୍ତ କେଶରୀ ୟୁ.ପି..ଏମ୍‌.ଇ. ସ୍କୁଲ, ଶ୍ୟାମପୁରର ୱାର୍ଡ଼ ନଂ ୫ର ୧୩୦ନଂ ବୁଥ୍ , ଧାମନଗର ହାଇସ୍କୁଲ (ଏନ୍‌) ଏବଂ ବୁଥ୍ ନଂ ୧୩୧ ଧାମନଗର ହାଇସ୍କୁଲ (ଇ)କୁ ପିଙ୍କ୍ ବୁଥ୍ କରାଯାଇଛି । ଏହି ସବୁ ପିଙ୍କ୍ ବୁଥ୍ ପାଇଁ ନିୟୋଜିତ ହେବାକୁ ଥିବା ପୋଲିଂ ଦଳର ପ୍ରିଜାଇଡ଼ିଂ ଅଧିକାରୀ, ପୋଲିଂ କର୍ମଚାରୀ, ମାଇକ୍ରୋ ଅବଜରଭର ମାନଙ୍କୁ ଆଜି ସଦ୍‌ଭାବନା ସଭାଗୃହରେ ସାଧାରଣ ପର୍ଯ୍ୟବେକ୍ଷକ ନିରଞ୍ଜନ କୁମାର, ଅତିରିକ୍ତ ଜିଲ୍ଲାପାଳ ଶାନ୍ତନୁ କୁମାର ମହାନ୍ତି ଓ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଉପଜିଲ୍ଲାପାଳ ଡ଼. ଲକ୍ଷ୍ମୀ ପ୍ରସାଦ ସାହୁଙ୍କ ଉପସ୍ଥିତିରେ ମାଷ୍ଟର ଟ୍ରେନରମାନେ ତାଲିମ୍ ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ କି ଭୋଟରମାନଙ୍କ ମତଦାନ ଲାଗି ଉଦ୍ଦିଷ୍ଟ ଏହି ପିଙ୍କ୍ ବୁଥରେ ମହିଳାମାନଙ୍କୁ ପ୍ରିଜାଇଡ଼ିଂ ଅଧିକାରୀ ଓ ପୋଲିଂ କର୍ମଚାରୀ ଭାବେ ନିୟୋଜିତ କରାଯାଇଥାଏ । ସେହିପିର ଏହି ଉପନିର୍ବାଚନରେ ମତଦାନ ହାର ବୃଦ୍ଧି ଲାଗି ଭୋଟରମାନଙ୍କୁ ଆକର୍ଷଣ କରାଯିବା ପାଇଁ ଧାମନଗର ବ୍ଲରେ ୧୦ଟି ଓ ତିହିଡ଼ି ବ୍ଲକ୍‌ର ୫ଟି ବୁଥ୍‌କୁ ଆଦର୍ଶ ବୁଥ୍ ଭାବେ ତାଲିକାଭୁକ୍ତ କରାଯାଇଛି । ତିହିଡ଼ି ବ୍ଲକ୍‌ର ଥିବା ୫ଟି ଆଦର୍ଶ ବୁଥ୍ ହେଲା କାଁପଡ଼ାର ବୁଥ୍ ନଂ ୭୭ ବାସୁଳି ନୋଡ଼ାଲ ହାଇସ୍କୁଲ କାଁପଡ଼ା, ବୋଡ଼କର ବୁଥ୍ ନଂ ୮୨ ଏବଂ ୮୪ ନାୟକାଣି ସରକାରୀ ହାଇସ୍କୁଲ, ବିଲଣାର ର ବୁଥ୍ ନଂ ୬୬ ଏବଂ ୬୭ ବିଲଣା ସହଯୋଗ ହାଇସ୍କୁଲ, ଧାମନଗର ବ୍ଲକର ଧୁଷୁରୀ ଜି.ପିର ବୁଥ୍ ନଂ ୨୦୬ ଏବଂ ୨୦୭ ଧୁଷୁରୀ ଏମ୍‌.ଡ଼ି. ଧୁଷୁରୀ ସରକାରୀ ହାଇସ୍କୁଲ(ଏନ୍‌) ଓ (ଏସ୍‌), କଟସାହି ଜି.ପି.ର ବୁଥ୍ ନଂ ୨୧ କଟସାହି, ସହିଦ୍‌ନଗର ସରକାରୀ ହାଇସ୍କୁଲ, ବମକୁରା ଜି.ପି.ର ବୁଥ୍ ନଂ ୧୯୫ ଓ ୧୯୬ ବମକୁରା ସରକାରୀ ହାଇସ୍କୁଲ, ନଦୀଗାଁ ଜି.ପି.ର ବୁଥ୍ ନଂ ୨୧୨, ୨୧୩ ଓ ୨୧୪ ନଦୀଗାଁ ଯଥାକ୍ରମେ ନଦୀଗାଁ ସରକାରୀ ହାଇସ୍କୁଲ(ଏନ୍‌),(ଏସ୍‌), ଓ (ଏସ୍‌) ରାଧାବଲ୍ଲଭପୁର ବୁଥ୍ ନଂ ୧୦୬ ବନ୍ଧଟିଆ-୧ ଓ ୧୦୭ ବନ୍ଧଟିଆ-୨ ଯଥାକ୍ରମେ ଉତ୍କଳମଣି ସରକାରୀ ପ୍ରାଇମେରୀ ସ୍କୁଲ ବନ୍ଧଟିଆ ଓ ଉତ୍କଳମଣି ସରକାରୀ ଉଚ୍ଚ ବିଦ୍ୟାପୀଠ, ବନ୍ଧଟିଆ ।

[ad_2]

Source link

Share This Article