[ad_1]
ଭୁବନେଶ୍ୱର: ରୁପା ଗହଣାର ପ୍ରମୁଖ ସୋ’ରୁମ୍ ଚାନ୍ଦି ଭଣ୍ଡାର ପାଳନ କରୁଛି ଦୁର୍ଗାପୂଜା। ପ୍ରତ୍ୟେକ ମହିଳାଙ୍କ ମଧ୍ୟରେ ଦେବୀଙ୍କ ବାସ ଥାଏ। ଏଭଳି କ୍ଷେତ୍ରରେ ଚାନ୍ଦି ଭଣ୍ଡାର ମହିଳାମାନଙ୍କୁ ସଜାଇବା ପାଇଁ ଆଣିଛି ରୁପା ଗହଣାର ଭଳିକି ଭଳି ଅତ୍ୟାଧୁନିକ କଲେକ୍ସନ। ଷ୍ଟୋରରେ ରହିଛି ବ୍ୟାପକ୍ ଡିଜାଇନ୍ର ଗହଣା, କାରୁକାର୍ଯ୍ୟପୂର୍ଣ୍ଣ ଆର୍ଟିଫ୍ୟାକ୍ଟ ଏବଂ ଅନେକ କିଛି। ପୂଜା ଆଉଟ୍ଫିଟ୍କୁ ଖାପ ଖାଇବା ଭଳି ଅତ୍ୟାଧୁନିକ ତଥା ଟ୍ରେଣ୍ଡି ଅକ୍ସିଡାଇଜ୍ଡରୁପା ଗହଣା ସୋ’ରୁମ୍ରେ ଉଲବ୍ଧ କରାଯାଇଥିବା ଜଣାପଡ଼ିଛି। ଖାଲି ସେତିକି ନୁହେଁ, ଦେବୀ ଦୁର୍ଗାଙ୍କ ମୂର୍ତ୍ତିର ଅତ୍ୟାଧୁନିକ କଲେକ୍ସନ, ବିଭିନ୍ନ ପ୍ରକାର ରୁପା ବାସନ, ଦୀପ ଏବଂ ଅନେକ କିଛି ରହିଛି।
ଚାନ୍ଦି ଭଣ୍ଡାରର ଭୁବନେଶ୍ୱରସ୍ଥିତ ଶହୀଦନଗର ଏବଂ ପଟିଆ ଆଉଟ୍ଲେଟ୍ , ରାଉରକେଲାର ଉଦିତ୍ ନଗର ସୋ’ରୁମ୍ ଏବଂ ଅନୁଗୁଳର ଅମଲାପଡ଼ା ସୋ’ରୁମ୍ରେ ଗ୍ରାହକ ଭଳିକି ଭଳି ରୁପା ଗହଣା ଏବଂ ସାମଗ୍ରୀକୁ ଆକର୍ଷଣୀୟ ଅଫରରେ ପାଇବେ। ପୂଜା ଅଫର୍ ଭାବେ ଗଢ଼ା ମଜୁରୀ ଉପରେ ଫ୍ଲାଟ୍ ୨୫ ପ୍ରତିଶତ ରିହାତି ରହିଛି। ଆସନ୍ତାମାସ ୫ ତାରିଖ ପର୍ଯ୍ୟନ୍ତ ଏହି ଅଫର ବୈଧ।
ସୂଚନାଯୋଗ୍ୟ, ଚାନ୍ଦି ଭଣ୍ଡାରରେ ଜୀବନରେ ରୂପାର ବିଭିନ୍ନ ସ୍ବରୂପକୁ ମାନ୍ୟତା ଦିଆଯାଇଥାଏ। ରୂପାର ମାନରେ କୌଣସି ପ୍ରକାର ସାଲିସ ନ କରି ଏହା ଗ୍ରାହକଙ୍କ ଆବଶ୍ୟକତାକୁ ପୂରଣ କରିଥାଏ ଏବଂ ସେମାନଙ୍କୁ ଅନନ୍ୟ ସପିଂ ଅନୁଭୂତି ପ୍ରଦାନ କରିଥାଏ। ଡିଜାଇନ ହେଉ କିମ୍ବା ମାନ ଗ୍ରାହକଙ୍କୁ ସର୍ବୋତ୍ତମ ଉତ୍ପାଦ ଯୋଗାଇବା ନେଇ ଏହାର ଉଦ୍ୟମ ଜାରି ରହିଛି।
Share on: WhatsApp
[ad_2]
Source link
Comment