ବିପର୍ଯ୍ୟସ୍ତ ନଦୀଗାଁ ପ୍ରାଥମିକ ଚିକିତ୍ସାଳୟ – Fast News Network

Odisha Hot News
2 Min Read

[ad_1]

ଭଦ୍ରକ: କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତେ ଗ୍ରାମୀଣ ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଭଦ୍ରକ ଜିଲା ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନ ନଦୀଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହାର ସଫଳ ରୂପାୟନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ରଟି ନାନାଦି ସମସ୍ୟା ମଧ୍ୟ ଦେଇ ଗତି କରୁଥିଲେ ସୁଦ୍ଧା ଉଚ୍ଚପଦସ୍ଥ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନେତା ମାନଙ୍କ କାହାର ମଧ୍ୟ ଆନ୍ତରିକତା ଥିବାପରି ମନେ ହେଉନାହିଁ । କହିବାକୁ ଗଲେ ଉକ୍ତ ସ୍ୱାସ୍ଥ୍ୟକେନ୍ଦ୍ରଟି ମୂରବୀଶୂନ୍ୟ ହୋଇପଡିଛି । ରୋଗୀମାନେ ଆଉଟଡୋରରେ ଘଣ୍ଟାଘଣ୍ଟା ଧରି ଅପେକ୍ଷା କଲେ ସୁଦ୍ଧା କାର୍ଯ୍ୟରେ ନିୟୋଜିତ ଡାକ୍ତରଙ୍କ ଅନୁପସ୍ଥିତିରୁ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି । ଅଭିଯୋଗ ଶୁଣିବାକୁ କେହିବି ନାହାଁନ୍ତି । ଡ୍ୟୁଟି ଚାର୍ଟ ଅନୁସାରେ ଡାକ୍ତରଙ୍କ ନାମ ଲେଖାଯାଇଛି । ହେଲେ ତାହା ଭିତରୁ କିଛି ଅବସର ଗ୍ରହଣ କରିସାରିଲେଣି । ଆଉ କିଛି ଛାଡି ପଳାଇଲେଣି । ହେଲେ ଭେଷଜବିତ ଭାବେ ୨୮ ବର୍ଷ ହେବ ସାରଥୀ ପଣ୍ଡାଙ୍କ ଉପରେ ଏହି ମେଡିକାଲ ସଂପୂର୍ଣ୍ଣ ନିର୍ଭର କରୁଥିବାବେଳେ ସେ ସ୍ୱାସ୍ଥ୍ୟକେନ୍ଦ୍ର ଆସିନାହାଁନ୍ତି କି ରୋଗୀ ସେବା କରୁନାହାଁନ୍ତି । ଗତ କିଛିମାସରୁ ଏପର୍ଯ୍ୟନ୍ତ ଆମେ ଜଣେ କର୍ମଚାରୀଙ୍କ ମାଧ୍ୟମରେ ତାଙ୍କ ଆଟେଣ୍ଡାନ୍ସ ରେଜିଷ୍ଟର ଉପରେ ନଜର ରଖି ଆସୁଥିଲୁ । ନିଜ ଘରେ ରହି ମାସରେ ଦୁଇ ତିନିଥର ମେଡିକାଲ ଆସି ଆଟେଣ୍ଡାନ୍ସ କ୍ଲିୟର କରି ଦରମା ନେଉଥିବା ଦେଖିବାକୁ ମିଳିଛି । ୧୯୮୦ ମସିହାରେ ସ୍ଥାପିତ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ପ୍ରାୟ ୨୦ ଟି ଗ୍ରାମର ୧୭ ହଜାରରୁ ଉର୍ଦ୍ଧ୍ୱ ଲୋକ ନିର୍ଭର କରିଥାନ୍ତି । ଆଖପାଖ ଅଂଚଳରେ ସ୍ୱାସ୍ଥ୍ୟକେନ୍ଦ୍ର ନଥିବାରୁ ଓପିଡି ଖାତା ଅନୁସାରେ ପ୍ରତିଦିନ ଶତାଧିକ ରୋଗୀ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି । ଏହି ଅଂଚଳଟି ବନ୍ୟାଞ୍ଚଳ ହୋଇଥିବାରୁ ଲୋକେ ଝାଡା, ବାନ୍ତି ଭଳି ବିଭିନ୍ନ ରୋଗାର ଶୀକାର ହୋଇଥାନ୍ତି । ଯଦି ଡାକ୍ତର ନରହିବେ, ତାହେଲେ ପ୍ରାଥମିକ ଚିକିତ୍ସା ପାଇବା ପାଇଁ ଧାମନଗର ନହେଲେ ଭଦ୍ରକ ଯିବାକୁ ପଡିବ । ଅନ୍ୟପକ୍ଷେ ଜଣେ ଘରୋଇ ଏଏନଏମ୍ ଦିଦିଙ୍କ ଦ୍ୱାରା ବିନା ପେସ୍କ୍ରିପସନ୍‌ରେ ଏଠାରେ ଔଷଧ ବିତରଣ ଓ ରୋଗୀ ଦେଖୁଛନ୍ତି । ୧୯୮୦ ମସିହାରେ ଏହି ସ୍ୱାସ୍ଥ୍ୟକେନ୍ଦ୍ରଟି ପ୍ରତିଷ୍ଠା ହୋଇପାରିଥିଲା । ତା ପରଠାରୁ ଜାଗା ବାଡି ସମସ୍ୟା ନେଇ ଏହାର ଭିତ୍ତିଭୂମିରେ କୌଣସି ଉନ୍ନତି ପରିଲକ୍ଷିତ ହୋଇପାରିନାହିଁ ।

[ad_2]

Source link

Share This Article