ଭଦ୍ରକ: ଚାନ୍ଦବାଲିସ୍ଥିତ ପଞ୍ଚପଡ଼ା ଗ୍ରାମ ନିବାସୀ ଜ୍ୟୋତିପ୍ରକାଶ ସାହୁ ଗତ ତା୨୬.୦୮.୨୦୨୨ରିଖରେ ଇସଲାମ ଧର୍ମ ପ୍ରବର୍ତ୍ତକ ପ୍ରଫେଟ ମହମ୍ମଦଙ୍କ ବିରୁଦ୍ଧରେ ବିବାଦୀୟ ମନ୍ତବ୍ୟ (ହୁଆଟ୍ସପ୍ ଏବଂ ଫେସ୍ବୁକ୍)ରେ ଛାଡ଼ିଥିବାରୁ ଇସଲାମ ଧର୍ମକୁ ଶକ୍ତ ଧକ୍କା ଲାଗିଛି ଏବଂ ଭଦ୍ରକ ମୁସଲିମ ଜମାତ ପକ୍ଷରୁ ତିବ୍ର ନିନ୍ଦା କରାଯାଇଛି । ବିବାଦୀୟ ମନ୍ତବ୍ୟ ଦେଇଥିବା ଜ୍ୟୋତିପ୍ରକାଶ ସାହୁଙ୍କ ବିରୋଧରେ ଭଦ୍ରକ ମୁସଲିମ ଜମାତର ସଭାପତି ହାଜୀ ଅବଦୁଲ ବାରୀଙ୍କ ସଂଯୋଜନାରେ ପୁରୁଣାବଜାର ଥାନା ରେ ଏତଲା ଦିଆଯାଇଛି । ତା ସହିତ ଭଦ୍ରକର ଉଚ୍ଚ ପଦାଧିକାରୀମାନଙ୍କ ଅବଗତି ଓ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବୀ କରାଯାଇଅଛି । ଏହି ଏତଲାରେ ଦର୍ଶାଯାଇଛି ଯେ ଉକ୍ତ ସମାଜ ବିରୋଧି ଜ୍ୟୋତି ପ୍ରକାଶ ସାହୁକୁ ଗିରଫ କରି ଯେତେ ଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ଜଣାଇଛନ୍ତି । ବିବାଦୀୟ ମନ୍ତବ୍ୟକୁ ନେଇ ଭଦ୍ରକ ସହର ସହିତ ସାରା ଭାରତରେ ଏବଂ ବିଶ୍ୱରେ ମଧ୍ୟ ଭାଇଚାରା ନଷ୍ଟ ହୋଇଛି । ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର, ଏହି ଦେଶରେ ସବୁ ଧର୍ମକୁ ସମ୍ମାନ ଦିଆଯାଇଛି । ଏଠାରେ କୌଣସି ଧର୍ମକୁ ଆକ୍ଷେପ କରାଯାଏ ନାହିଁ । ମୁସଲିମ ଜମାତ କାର୍ଯ୍ୟକାରୀ ସଭାପତି ମହମ୍ମଦ ଜକାଉଲ୍ଲା, ଯୁଗ୍ମ ସଂପାଦକ, ହାଜୀ ଅବଦୁଲ ମୁକିତ ଖାନ, ଶେଖ ସିରାଜୁଦ୍ଦିନ, ମୁକ୍ତାର ଅହେମଦ ରସିଦ, ସବବିର ଅଲୀ, ଜମିଲ ଅଖତର ଖାଁ, ସକିଲୁଜଜମା ଖାଁ, ଅସରଫ ଅଲି, ଶେଖ ସମଦାନୀ, ଶେଖ ହବିବୁଲ୍ଲା, ଜାୱେଦ ଅଖତର, ଶେଖ ଅବୁକଲାମ, ମିଡିଆ ସେଲ ସଂଯୋଜକ ଶେଖ ଅନୱର, ମିର୍ଜା ଏକ୍ରାମ ବେଗ, ହାଜୀ ସହିଦ ଶାହା, ନାସର ଅଲି, ହାଜୀ ଶେଖ ଜୁଲଫୁକାର ପ୍ରମୁଖ ସାମିଲ ହୋଇ ପୁରୁଣାବଜାର ଥାନାରେ ଏତଲା ଦେବା ସମୟରେ ଉପସ୍ଥିତ ଥିଲେ ।
ପ୍ରଫେଟ ମହମ୍ମଦଙ୍କ ବିରୁଦ୍ଧରେ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ଭଦ୍ରକ ମୁସଲିମ ଜମାତ୍ ପକ୍ଷରୁ ଥାନାରେ ଏତଲା
You Might Also Like
- Advertisement -

Comment