୨୩ତମ ଭାରତ ପ୍ରତିଭା ସମ୍ମାନ ସମାରୋହ – Fast News Network

Odisha Hot News
3 Min Read

କଟକ: ଜଣେ ଓଡ଼ିଆ ଲୋକ ଏଭଳି ସଙ୍କଳ୍ପ ନେଇ ସାମନ୍ୟତମ ପୁଞ୍ଜିରୁ ନିଜର ପରିଚୟ ସୃଷ୍ଟି କରିବା ସହ ଦେଶ ବିଦେଶରେ ସମ୍ରାଜ୍ୟ ବିସ୍ତାର କରିପାରିଛି। କେବଳ ପରିଚୟ ନୁହେଁ ଲକ୍ଷାଧିକ ଲୋକଙ୍କୁ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ନିଯୁକ୍ତ ଦେଇପାରିଥିବା ଆମ ପାଇଁ ଗୌରବର ବିଷୟ। ଏଥିପାଇଁ ଶାସନ ପ୍ରଶାସନ ତାଙ୍କୁ ସହଯୋଗର ହାତ ବଢ଼ାଇଛି। ବିଶେଷ କରି ଜୟ ଭାରତ ଫାଉଣ୍ଡେସନ୍‌ର ଅଧ୍ୟକ୍ଷ ସୁରେନ୍ଦ୍ର ନାଥ ପଣ୍ଡା ଦିନେ ଉଦ୍ୟୋଗଟିଏ ବନାଇବା ପାଇଁ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ଧିରେ ଧିରେ ବାସ୍ତବ ରୂପ ନେଇଥିଲା ବେଳେ ତାଙ୍କ ପୁଅ ସୁଦ୍ଧାନ୍ତ କୁମାର ପଣ୍ଡା ଏହାର ମଙ୍ଗୁଆଳ ସାଜି ଭାରତ ମସଲାକୁ ଦେଶ ବିଦେଶରେ ଶୀର୍ଷରେ ପହଁଚାଇବାକୁ ଲାଗିପଡିଛନ୍ତି । ୨୩ ବର୍ଷର ଅକ୍ଲାନ୍ତ ପରିଶ୍ରମ, କର୍ମଚାରୀ ମାନଙ୍କର ନିଷ୍ଠାପର ଉଦ୍ୟମ ଯୋଗୁଁ ମାତ୍ର 400 ଟଙ୍କାରୁ ଆରମ୍ଭ ହୋଇଥିବା କୁଟୀର ଏକ ଏବେ 400କୋଟିରୁ ଉକ୍ତ ଟଙ୍କାର ଇଣ୍ଡଷ୍ଟ୍ରି ପାଲଟିଛି। ଆଜି ସାରା ବିଶ୍ୱରେ ଭାରତ ମସଲା ଏକ ରୋଲ୍‌ ମଡେଲ୍‌।
ପ୍ରତିଭା ହେଉଛି ଆମ ସଂସ୍କୃତିର ମହାନ ପରମ୍ପରା। ପ୍ରତିଭାମାନଙ୍କୁ ପୂଜା କରି ଓ ନିଜକୁ ବିଭିନ୍ନ ସାମାଜିକ କାର୍ଯ୍ୟରେ ସାମିଲ କରି ସେ ଏକ ଆଦର୍ଶ ସୃଷ୍ଟି କରିଛନ୍ତି । ଏହାର ପ୍ରତିଷ୍ଠାତା ଦୁର୍ଦ୍ଦିନର ସବୁପଯୋଗ କପି ଯେଉଁ ସୁଯୋଗ ସୃଷ୍ଟି କରିଛନ୍ତି ତାହା ଅନ୍ୟ ଉଦ୍ୟୋଗୀମାନଙ୍କ ପାଇଁ ପ୍ରେରଣାର ଉତ୍ସବୋଲି ଭାରସ ମସଲାର ବାର୍ଷିକ ଉତ୍ସବ ଓ ୨୩ତମ ଭାରତ ପ୍ରତିଭା ସମ୍ମାନ ସମାରୋହରେ ଯୋଗଦେଇଥିବା ଅତିଥିମାନେ ମତ ରଖିଛନ୍ତି। ଘୋଷକ ଶରଣାବିନ୍ଦ ଓଝା ସଂଯୋଜନାରେ କଟକ ଜିଲ୍ଲା ବାରଙ୍ଗ ଥାନା ରାମଦାସପୁର ସ୍ଥିତ ଭାରତ ମସଲା କମ୍ପାନୀ ପରିସରରେ ଅନୁଷ୍ଠିତ ଏକ ରଙ୍ଗାରଙ୍ଗ ଉତ୍ସବରେ ଅଧ୍ୟକ୍ଷତା କରି ସୁରେନ୍ଦ୍ରନାଥ ପଣ୍ଡା ତାଙ୍କ ଅତୀରର ସ୍ମୃତିକୁ ମନେପକାଇବା ସହ ଜଗନ୍ନାଥଙ୍କ ମାଟିରେ ଜନ୍ମ ବ୍ୟକ୍ତି କେବେ ଦୁର୍ବଳ ମୁହିଁ ବୋଲି କହିଥିଲେ। ଭାରତ ମହାନ ଓ ତାର ସଂସ୍କୃତି ପରମ୍ପରା ମହାନ। ଓଡ଼ିଶା ଏକ ସ୍ୱାଭିମାନ ରାଜ୍ୟ ବୋଲି ସେ କହିଥିଲେ। ପରିଚାଳନା ନିର୍ଦ୍ଦେଶକ ସୁଶାନ୍ତ କୁମାର ପଣ୍ଡା ଏଥିରେ ଯୋଗଦେଇ ଓଡ଼ିଶା ମାଟିରେ ଜନ୍ମ ନେଇ ଦେଶ ବିଦେଶରେ ସୁନାମ ଅର୍ଜନ କରୁଥିବା ପ୍ରତିଭା ମାନଙ୍କୁ ବର୍ଷ ବର୍ଷ ଧରି ସମ୍ମାନ ଦେଇ ପୂଜ୍ୟପୂଜାର ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖିଛୁ। ସେମାନଙ୍କ ମନୋବଳକୁ ଅଧିକ ଉତ୍ସାହିତ କରିବାକୁ ପ୍ରତିଭା ସମ୍ମାନ ଦେଇଆସୁଛୁ । ଏହି ଧାରାକୁ ଅବ୍ୟାହତ ରଖିବା ପାଇଁ କମ୍ପାନୀର ପ୍ରତ୍ୟେକ କର୍ମଚାରୀ ଓ ବହୁ ପରିଶ୍ରମ କରି ଆମକୁ ଋଣୀ କରିଦେଇଛନ୍ତି । ତେଣୁ ସମସ୍ତଙ୍କୁ ସମ୍ମାନ ପ୍ରଦାନ କରୁଛି ବୋଲି ସେ କହିଥିଲେ।
ଏହି ଉତ୍ସବକୁ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିବା ବେଳେ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ ମୁଖ୍ୟ ଅତିଥ, ଦେବୀ ପ୍ରସାଦ ମିଶ୍ର ସମ୍ମାନିତ ଅତିଥ, କଟକ ମେୟର ସୁବାସ ସିଂହ ଅନ୍ୟତମ ଅତିୟ ଭାବେ ଯୋଗଦେଇଥିଲେ। ଏହି ଅବସରରେ ପାରାଅଲମ୍ପିଆନ୍‌ ପ୍ରମୋଦ ଭଗତଙ୍କୁ ଭାରତ ଗୌରବ ଉପାଧିରେ ସମ୍ମାନିତ କରିଥିଲେ। ଏହି ଅବସରରେ ସାହିତ୍ୟ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କଥାକାର ପ୍ରଫେସର ଡ. ଦାଶରଥି ଦାସଙ୍କୁ ‘କଥା ଭାରତ’, ପ୍ରଶାସନିକ ସେବା କ୍ଷେତ୍ରରେ ଓଡ଼ିଶାର ସମ୍ମାନକୁ ଦେଶରେ ଉଚ୍ଚା ରଖିଥିବା ଓଡ଼ିଆ ପୁଅ ଆରଆରଏସ୍‌ ମନୋରଞ୍ଜନ ପାଣିଗ୍ରାହୀଙ୍କୁ ସେବା ଭାରତ ସମ୍ମାନ, ମହିଳା କ୍ରିକେଟ୍‌ ଖେଳରେ ଭାରତ ପାଇଁ ପ୍ରତିନିଧିତ୍ବ କରୁଥିବା ଓଡ଼ିଶାର ଝିଅ ମଧୁସ୍ମିତା ବେହେରାଙ୍କୁ କ୍ରୀଡ଼ା ଭାରତ,
ଓଡିଶା ସିନେ ଜଗତକୁ ପ୍ରତ୍ୟେକ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଭେଟେରାନ୍‌ କଳାକାର ତଥା ପ୍ରଯୋଜକ, ନିର୍ଦେଶକ ପ୍ରଶାନ୍ତ ନନ୍ଦଙ୍କୁ ‘ସଂସ୍କୃତି ଭାରତ’ ସମ୍ମାନ ପ୍ରଦାନ କରାଯାଇଥିଲା। ସେହିପରି ଯୁକ୍ତ ବାଣିଜ୍ୟ, କଳା ଏବଂ ବିଜ୍ଞାନ କ୍ଷେତ୍ରରେ ସର୍ବଶ୍ରେଷ୍ଠ ଉତ୍କର୍ଷତା ପ୍ରତିପାଦନ କରିଥିବା ୩ ଜଣ ଛାତ୍ରଛାତ୍ରୀଙ୍କୁ ଯଥାକ୍ରମେ ଶୁଭଶ୍ରୀ ପଟ୍ଟନାୟକ, ପ୍ରିୟଙ୍କା ସାହୁ ଏବଂ ନିବେଦିତା ମହାଳିକଙ୍କୁ ବିଦ୍ୟା ଭାଗତ ସମ୍ମାନ ପ୍ରଦାନ କରାଯିବା ସହ ପ୍ରୋତ୍ସାହନ ରାଶି ଚେକ୍‌ ଆକାରରେ ପ୍ରଦାନ କରାଯାଇଥିଲା। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶକ ଶ୍ରୀମନ୍ତ କୁମାର ପଣ୍ଡା, ଦିଗନ୍ତ କୁମାର ପଣ୍ଡା, ନିନିକା ଜମିତା ପଣ୍ଡା, ନଳିତା ପଣ୍ଡା, ଜେନେରାଲ ମ୍ୟାନେଜର ପ୍ରଡକ୍ସନ ନବକୃଷ୍ଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Share This Article