ଗଣେଶ ପୂଜା ଭସାଣି କମିଟି ବୈଠକ – Fast News Network

Odisha Hot News
1 Min Read

ଜଟଣୀ: ଓଡ଼ିଶା ପ୍ରସିଦ୍ଧ ଜଟଣୀ ଗଣେଶ ପୂଜାକୁ ନେଇ ଭସାଣି କମିଟିର ତରଫରୁ ଶନିବାର ଶ୍ରୀବତ୍ସ ପାଠାଗାର ପରିସରରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଯୋଗେଷ ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଜଟଣୀ ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ ତଥା ଜଟଣୀ ଗଣେଶ ପୂଜା ଭସାଣି କମିଟିର ଅଧ୍ୟକ୍ଷ ସଂଗ୍ରାମ କେଶରୀ ରାଉତରାୟଙ୍କ ସମେତ ଆଖପାଖ ଅଞ୍ଚଳର ସମସ୍ତ ପ୍ରମୁଖ ପୂଜା କମିଟିର ସଭାପତି, ସମ୍ପାଦ ପ୍ରମୁଖ ଉପସ୍ଥିତ ଥିଲେ।
ମହାମାରୀ କୋରୋନା କାରଣରୁ ଗତ ଦୁଇ ବର୍ଷ ଧରି ଫିକା ପଡ଼ିଥିଲା ଗଣେଶ ପୂଜା। ଚଳିତ ବର୍ଷ ଗଣେଶ ପୂଜା ସମେତ ଭସାଣି ଉତ୍ସବକୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରିବାକୁ ଅଣ୍ଟା ଭିଡ଼ିଛନ୍ତି ସମସ୍ତ ପୂଜା କମିଟି। ଏହି ପରିପ୍ରେକ୍ଷୀରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭସାଣି ଦିନ ସୀତାରାମ ଛକ ଠାରେ ଭସାଣି ଅଧ୍ୟକ୍ଷମାନଙ୍କୁ ସମ୍ବର୍ଦ୍ଧନା ଦିଆଯିବ। ଏହାପରେ ଭସାଣି ଉତ୍ସବ ଆରମ୍ଭ ହେବ। ଏହି ବୈଠକରେ ଭସାଣି କମିଟି ଅଧ୍ୟକ୍ଷ ସମସ୍ତ ମେଢ଼ରେ ଆସୁଥିବା କର୍ମକର୍ତ୍ତାଙ୍କୁ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ମଦ୍ୟପାନ ନ କରିବାକୁ ନିବେଦନ କରିଥିଲେ।

Share This Article