ବୈତରଣୀରେ ବନ୍ୟା ପ୍ରକୋପ ହ୍ରାସ, ବହୁ ଗ୍ରାମ ଜଳବନ୍ଦୀ – Fast News Network

Odisha Hot News
1 Min Read

ଭଦ୍ରକ: ବୈତରଣୀ ନଦୀ ଜଳସ୍ତର ସୋମବାର ସନ୍ଧ୍ୟା ୬ଟା ସୁଦ୍ଧା ଜଳସ୍ତର ବିପଦସଙ୍କେତ ୧୭.୮୩ମିଟର ତଳକୁ ଖସି ୧୭.୮୧ ମିଟରରେ ପ୍ରବାହିତ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଉପରମୁଣ୍ଡରେ ବର୍ଷା ହୋଇନଥିବା ଜଣାଯାଇଛି । ନଦୀରେ ଜଳପତ୍ତନ ହ୍ରାସ ପାଇଥିଲେ ମଧ୍ୟ କଣ୍ଟିଘାଇ ମଧ୍ୟଦେଇ ପ୍ରବେଶ କରିଥିବା ବନ୍ୟାଜଳରେ ଷୋଳମପୁର, ମାଳଦା, ନପଙ୍ଗ, କୁରିଗାଁ, ରହଣିଆ ଆଦି ପଞ୍ଚାୟତର ବହୁଗ୍ରାମ ଜଳବନ୍ଦୀ ହୋଇଛି । ଏହି ସବୁ ପଞ୍ଚାୟତର ହଜାର ହଜାର ଲୋକ ଓ ଗୃହପାଳିତ ପଶୁ ଜଳବନ୍ଦୀ ହୋଇଛନ୍ତି । ବିଭିନ୍ନ ଗ୍ରାମର ରାସ୍ତାଘାଟ ବନ୍ୟାଜଳରେ ବୁଡିରହି ଥିବାରୁ ଯୋଗାଯୋଗ ସ୍ୱାଭାବିକ ହୋଇପାରି ନାହିଁ । ଏହି ଅଞ୍ଚଳର ହଜାର ହଜାର ହେକ୍ଟର ଚାଷଜମି ଓ ପନିପରିବା ଚାଷ ବନ୍ୟାଜଳରେ ଗତ ଆଠଦିନ ଧରି ବୁଡିରହିଛି । ବନ୍ୟା ଜଳ ହ୍ରାସ ପାଇଥିବାରୁ ଭଣ୍ଡାରିପୋଖରୀ-ମଣିନାଥପୁର ପୁର୍ତ୍ତରାସ୍ତାରେ ଯାତାୟତ ସ୍ୱାଭାବିକ ହୋଇଛି । ଜଳନିଷ୍କାସନରେ ବିଳମ୍ବ ହେଉଥିବାରୁ ଚାଷବାସ ବିଶେଷ ଭାବେ ପ୍ରଭାବିତ ହୋଇଛି । ସ୍ୱଳ୍ପଦିନ ଅନ୍ତରରେ ଦୁଇଟି ବନ୍ୟା କୃଷକମାନଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ପ୍ରଶାସନ ପକ୍ଷରୁ ବନ୍ୟାଞ୍ଚଳ ପ୍ରତି ସତର୍କ ଦୃଷ୍ଟ ରଖାଯାଇଛି ।

Share This Article