ଅଜୟ ଦେବଗନ୍‌ ଶ୍ରେଷ୍ଠ ଅଭିନେତା, ଅପର୍ଣ୍ଣା ବାଲମୁରଲୀ ଶ୍ରେଷ୍ଠ ଅଭିନେତ୍ରୀ – Fast News Network

Odisha Hot News
1 Min Read

ନୂଆଦିଲ୍ଳୀ: ଶୁକ୍ରବାର ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି। ଦିଲ୍ଲୀର ନ୍ୟାସନାଲ୍ ମିଡିଆ ସେଣ୍ଟର୍‌ରେ ଜୁଲାଇ ୨୨(ଆଜି) ପୁରସ୍କାର ବିଜେତାମାନଙ୍କ ନାମ ଘୋଷଣା ହୋଇଛି। ‘ତାନାଜୀ-ଅନସଙ୍ଗ ହିରୋ’ ଫିଲ୍ମ ପାଇଁ ଅଜୟ ଦେବଗନଙ୍କୁ ଏବଂ ‘ସୋରାରାଇ ପୋଟ୍ରୁ’ ପାଇଁ ସୂରିୟାଙ୍କୁ ଶ୍ରେଷ୍ଠ ଅଭିନେତା ଭାବେ ମନୋନୀତ କରାଯାଇଥିବା ବେଳେ ଅପର୍ଣ୍ଣା ବାଲମୁରଲୀଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଘୋଷଣା କରାଯାଇଛି। ଅନ୍ୟ ପକ୍ଷ‌ରେ ‘ସୁରାରାଇ ପୋତ୍ରୁ’ ଶ୍ରେଷ୍ଠ ଚଳଚ୍ଚିତ୍ର ବିବେଚିତ ହୋଇଛି। ମନୋଜ ମୁନ୍ଥାଶିରଙ୍କୁ ଶ୍ରେଷ୍ଠ ଗୀତିକାର ଭାବେ ବିବେଚନା କରାଯାଇଥିବା ବେଳେ ବିଶାଲ ଭରଦ୍ବାଜଙ୍କୁ ଶ୍ରେଷ୍ଠ ସଂଗୀତ ନିର୍ଦ୍ଦେଶକ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଗି ମନୋନୀତ କରାଯାଇଛି। ଚଳିତ ଥର ଶ୍ରେଷ୍ଠ ଆଞ୍ଚଳିକ ଭାଷାର ଚଳଚ୍ଚିତ୍ର ବିଭାଗରେ କୌଣସି ଓଡ଼ିଆ ଚଳଚ୍ଚିତ୍ର ମନୋନୀତ ହୋଇନାହିଁ। ତେବେ ଚଳଚ୍ଚିତ୍ର ସମ୍ଭନ୍ଧିତ ଆଞ୍ଚଳିକ ଭାଷାର ପୁସ୍ତକ ଭାବେ ଓଡ଼ିଶାର ସିନେ-ସମୀକ୍ଷକ ସୂର୍ଯ୍ୟ ଦେଓଙ୍କ ଲିଖିତ ‘କାଲି ପାଇଁ କାଲିର ସିନେମା’ ମନୋନୀତ ହୋଇଛି ।
ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ
ଶ୍ରେଷ୍ଠ ଅଭିନେତା: ସୁରିୟା (ସୋରାରାଇ ପୋଟ୍ରୁ) ଏବଂ ଅଜୟ ଦେବଗନ୍ (ତାନହାଜୀ- ଅନସଙ୍ଗ ହିରୋ)
ଶ୍ରେଷ୍ଠ ସହଅଭିନେତା: ବିଜୁ ମେନନ୍ ମାଲାୟଲମ୍ ଚଳଚ୍ଚିତ୍ର ଏକେ ଆୟାପ୍ପାନମ୍ କୋଶିୟମ୍ ପାଇଁ)
ଶ୍ରେଷ୍ଠ ଅଭିନେତ୍ରୀ: ଅପର୍ଣ୍ଣା ବାଲାମୁରଲୀ
ଶ୍ରେଷ୍ଠ ସହଅଭିନେତ୍ରୀ: ଲକ୍ଷ୍ମୀପ୍ରିୟା ଚନ୍ଦ୍ରମଉଲୀ ( ତାମିଲ୍ ଚଳଚ୍ଚିତ୍ର ଶିବରଞ୍ଜନିୟମ୍ ଇନୁମ୍ ସିଲା ପେଙ୍ଗାଲମ୍ ପାଇଁ)
ଶ୍ରେଷ୍ଠ ନିର୍ଦ୍ଦେଶନା: ସଚ୍ଚିଦାନନ୍ଦନ୍ କେଆର୍ (ଏକେ ଆୟାପ୍ପାନମ୍ କୋଶିୟମ୍)
ଶ୍ରେଷ୍ଠ ଆଞ୍ଚଳିକ ଭାଷାର ଚଳଚ୍ଚିତ୍ର
ଶ୍ରେଷ୍ଠ ଟୁଲୁ ଚଳଚ୍ଚିତ୍ର: ଜେଟିଜ୍
ଶ୍ରେଷ୍ଠ ହରିୟାଣୀ ଚଳଚ୍ଚିତ୍ର: ଦାଦା ଲକ୍ଷ୍ମୀ
ଶ୍ରେଷ୍ଠ ତେଲୁଗୁ ଚଳଚ୍ଚିତ୍ର: କଲର ଫଟୋ
ଶ୍ରେଷ୍ଠ ତାମିଲ ଚଳଚ୍ଚିତ୍ର: ଶିବରଞ୍ଜନିୟମ୍ ଇନୁମ୍ ସିଲା ପେଙ୍ଗାଲମ୍
ଶ୍ରେଷ୍ଠ ଦିମାସା ଚଳଚ୍ଚିତ୍ର : ସେମଖୋର
ଶ୍ରେଷ୍ଠ ମାଲାୟାଲମ୍ ଚଳଚ୍ଚିତ୍ର: ତିଙ୍କାଲାଚା ନିଶ୍ଚୟମ୍
ଶ୍ରେଷ୍ଠ ମରାଠୀ ଚଳଚ୍ଚିତ୍ର: ଗୋଶଟା ଏକତା ପାଏଥାନିଚି
ଶ୍ରେଷ୍ଠ କନ୍ନଡ ଚଳଚ୍ଚିତ୍ର: ଡୋଲୁ
ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର: ତୁଲସୀଦାସ ଜୁନିଅର୍
ଶ୍ରେଷ୍ଠ ବଙ୍ଗାଳୀ ଚଳଚ୍ଚିତ୍ର: ଅଭିଯାତ୍ରୀକ
ଶ୍ରେଷ୍ଠ ଆସାମୀ ଚଳଚ୍ଚିତ୍ର: ବ୍ରିଜ୍

Share This Article