ମାନବ ସେବା ହିଁ ମାଧବ ସେବାର ବାର୍ତ୍ତା ଦେଲେ ଅହମଦୀୟା ଯୁବ ସଂଗଠନ

Odisha Hot News
1 Min Read

ଖୋର୍ଦ୍ଧା: କେରଙ୍ଗ ଅହମଦୀୟା ମୁସଲିମ ଯୁବସଂଗଠନ ପକ୍ଷରୁ ଖୋର୍ଦ୍ଧା ସହର ଓ୍ବାର୍ଡ ନଂ ୧୦ ଶାନ୍ତିଦାନ କଲୋନୀର ଗୋପବନ୍ଧୁ କୁଷ୍ଠାଶ୍ରମରେ ୨୫ ପରିବାରଙ୍କୁ ଆବଶ୍ୟକୀୟ ବସ୍ତ୍ର ବଣ୍ଟନ କରା ଯାଇଛି । କରୋନା କାଳ ଗରିବ ଲୋକମାନଙ୍କ ଆର୍ଥିକ ପରିସ୍ଥିତିକୁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଦେଇଛି । ପୂର୍ବଭଳି ଆଉ କାମ ଧନ୍ଦା ନାହିଁ । ରୋଜଗାରର କୌଣସି ସାଧନ ନାହିଁ। ଯାହା ଫଳରେ ଅସହାୟ ଓ ଗରିବ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାରୀ ଭତ୍ତା ମିଳି ପାରୁଥିଲେ ମଧ୍ୟ ମାସଯାକ ପାଇଁ ଯଥେଷ୍ଟ ନୁହେଁ । ଅହମଦୀୟା ମସଲିମ ଯୁବସଂଗଠନ ଏପରି ଗରିବ ଓ ଦିନ ଦରିଦ୍ର ଲୋକଙ୍କ ସେବାକୁ ହିଁ ମାଧବ ସେବା ବୋଲି ବିଶ୍ବାସ କରି ମାନବ କଲ୍ୟାଣକାରୀ ସେବା କାର୍ଯ୍ୟ କରି ଆସୁଛି ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାଃ ଅହମଦୀୟା ଯୁବସଂଗଠନର ସଭାପତି ତବରେଜ ଅହମଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ କେରଙ୍ଗ ଅହମଦୀୟା ଯୁବସଂଗଠନର ପୂର୍ବତନ ସଭାପତି ସେକ ହବିବ, ଉସମାନ ଖାଁ ଏବଂ ଓସିମ ଖାଁ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ପ୍ରକାଶ ଥାଉ କି ଅହମଦୀୟା ମୁସଲିମ ସଂଗଠନ ସମଗ୍ର ଦେଶରେ ଗରିବ ଓ ଅସହାୟ ଲୋକମାନଙ୍କୁ ସାହାଯ୍ୟ ଓ ସହଯୋଗ କରିଆସୁଛି । ଆଗକୁ ଆହୁରୀ ଏହିଭଳି କାର୍ଯ୍ୟକ୍ରମ ରହିଛି ବୋଲି ଜିଲ୍ଲାଃ ଅହମଦୀୟା ଯୁବସଂଗଠନର ସଭାପତି ତବରେଜ ଅହମଦ ସୂଚନା ଦେଇଛନ୍ତି ।

Share This Article