ପଞ୍ଚାୟତିରାଜ ମନ୍ତ୍ରୀ – Fast News Network

Odisha Hot News
1 Min Read

ଭୁବନେଶ୍ବର: ବାତ୍ୟା ପ୍ରସ୍ତୁତି ନେଇ ସମୀକ୍ଷା ପରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବାତ୍ୟା ମୁକାବିଲା ଲାଗି ସରକାର ସଂପୂର୍ଣ୍ଣ ପ୍ରସ୍ତୁତ। ସମ୍ଭାବ୍ୟ ବାତ୍ୟାରେ ୧୮ଟି ଜିଲ୍ଲାର ୨୦୯ ବ୍ଳକ୍ ଓ ୭୭ଟି ପୌରାଞ୍ଚଳ ପ୍ରଭାବିତ ହେବାର ଆଶଙ୍କା ରହିଛି। ସମସ୍ତ ବ୍ଳକ୍ ଏବଂ ପୌର ମୁଖ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯିବ ଏବଂ ବର୍ଷାର ପରିମାଣ ମାପିବା ପାଇଁ ଯନ୍ତ୍ର ଲଗାଯିବ।
ପଞ୍ଚାୟତିରାଜ ମନ୍ତ୍ରୀ ଆହୁରି କହିଛନ୍ତି, ଆଜି ସମୀକ୍ଷାରେ ଆମେ ସଂପୂର୍ଣ୍ଣ ପ୍ରସ୍ତୁତି କରିଛୁ। ବାତ୍ୟା ଅଶ୍ରୟସ୍ଥଳୀକୁ କେମିତି ଲୋକଙ୍କୁ ସ୍ଥାନାନ୍ତରଣ କରାଯିବ ଏବଂ ସେଠାରେ ବିଦ୍ୟୁତ, ପିଇବା ପାଣି, ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯିବ ସେ ନେଇ ପ୍ରସ୍ତୁତି କରାଯାଇଛି। ବିଶେଷ କରି ଖାଲୁଆ ଅଞ୍ଚଳରେ ପାଣି ନିଷ୍କାସନ ପାଇଁ ପମ୍ପସେଟ୍ ବ୍ୟବସ୍ଥା ହୋଇଛି। ବାତ୍ୟା ପାଇଁ ପିଇବା ପାଣି ପାଇଁ କେମିତି ଅସୁବିଧା ହେବ ସେଥିପାଇଁ ଟ୍ୟାଙ୍କର ବ୍ୟବସ୍ଥା ହୋଇଛି। ବିଦ୍ୟୁତ କଟିଲେ ଜେନେରେଟର ଯୋଗାଡ଼ କରି ରଖାହେବ। ସରକାର ସଂପୁର୍ଣ୍ଣ ପ୍ରସ୍ତୁତ।

Share This Article