ଭାରତ ମସଲା କାରଖାନା ପରିଦର୍ଶନ କଲେ ଶିଳ୍ପମନ୍ତ୍ରୀ କ୍ୟାପଟେନ୍‌ ମିଶ୍ର

Odisha Hot News
2 Min Read

କଟକ: ରାଜ୍ୟର କୃଷକଙ୍କ ଉତ୍ପାଦିତ ସାମଗ୍ରୀ କ୍ରୟ କରିବା ପାଇଁ ଓରମାସ ସହିତ ଜୟ ଭାରତ ସ୍ପାଇସେସ ପ୍ରାଇଭେଟ ଲିମିଟେଡ କର୍ତ୍ତୃପକ୍ଷ ଚୁକ୍ତିନାମା ସ୍ୱାକ୍ଷର କରିବା ପରେ ଶୁକ୍ରବାର ଅଣୁ, କ୍ଷଦ୍ର୍ର ଓ ମଧ୍ୟମ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଭାଗୀୟ ଅଧିକାରୀଙ୍କ ସହିତ କମ୍ପାନୀର ରାମଦାସପୁରସ୍ଥିତ କାରଖାନା ପରିଦର୍ଶନ ଆସିଥିଲେ। କୃଷକଙ୍କ ଉତ୍ପାଦିତ ସାମଗ୍ରୀରୁ କାରଖାନାରେ ପ୍ରସ୍ତୁତ ହେବାକୁ ଥିବା କେଚଅପ ପ୍ଲାଣ୍ଟ ସେ ବୁଲି ଦେଖିଥିଲେ। କାରଖାନାରେ କଞ୍ଚାମାଲ ମହଜୁଦ ରଖିବା ପାଇଁ ଶୀଳତଭଣ୍ଡାର, ଅତ୍ୟାଧୁନିକ ପଦ୍ଧତିରେ ମସଲା ସମେତ ଅନ୍ୟ ସାମଗ୍ରୀ ପ୍ରସ୍ତୁତ ପ୍ଲାଣ୍ଟର ଭିତ୍ତିଭୂମି ଦେଖି ସେ ସନ୍ତୋଷ ପ୍ରକାଶ କରିଥିଲେ। ଭାରତ ମସଲା ପକ୍ଷରୁ ରାଜ୍ୟର କୃଷକ ଏବଂ କୃଷିଜାତ ସାମଗ୍ରୀ ଉତ୍ପାଦନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କ ବିକାଶ ପାଇଁ କମ୍ପାନୀ ନେଇଥିବା ପଦକ୍ଷେପକୁ ସେ ଭୂୟଶୀ ପ୍ରଶଂସା କରିଥିଲେ।
କମ୍ପାନୀର ଏଭଳି ପଦକ୍ଷେପ ଦ୍ୱାରା ରାଜ୍ୟରେ କୃଷକଙ୍କ ଆର୍ଥିକ ବିକାଶ ଘଟିବା ସହିତ ଅନେକ ବେକାର ଯୁବକଯୁବତୀ ନିଯୁକ୍ତି ପାଇପାରିବେ ବୋଲି ସେ ଆଶାପ୍ରକାଶ କରିଥିଲେ।
ଗୋଟିଏ ଛୋଟ କୁଟୀର ଶିଳ୍ପରୁ ଆରମ୍ଭ ହୋଇଥିବା ଭାରତ ମସଲା ଆଜି ଦେଶବିଦେଶରେ ରାଜ୍ୟ ପାଇଁ ଗୌରବ ଆଣିପାରିଛି। ସେ ସଂକ୍ରାନ୍ତରେ ମନ୍ତ୍ରୀଙ୍କ ସହ ଆସିଥିବା ଯୁବ ଉଦ୍ୟୋଗୀଙ୍କୁ ବୁଝାଇଥିଲେ। ଓଡ଼ିଶାକୁ ଏକ ଶିଳ୍ପର ହବ୍‍ରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନ ସାକାର କରିବା ପାଇଁ ଉଦ୍ୟୋଗୀଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ମନ୍ତ୍ରୀ ଶ୍ରୀ ମିଶ୍ର ନିର୍ଦେଶ ଦେଇଥିଲେ। ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସହ ଏମଏସଏମଇର ଅତିରିକ୍ତ ସଚିବ ଉଦୟନାଥ ଦାସ, ଡିଆଇ ମହମ୍ମଦ ସାଦିକ ଅ।ଲମ (ଅ।ଇଏଏସ), ଜିଏମ (ଡିଅ।ଇସି) ରମାନାଥ ମହାପାତ୍ର, ଶରଣ କୁମାର ଜେନା, ପରିକ୍ଷୀତ ମୋହାଲିକ, ପଦ୍ମମୋହନ ନାୟକ, ବି. ରାଉତ, ଅବିନାଶ ମିଶ୍ରଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଜୟ ଭାରତ ଫାଉଣ୍ଡେସନର ଅଧ୍ୟକ୍ଷ ସୁରେନ୍ଦ୍ରନାଥ ପଣ୍ଡା, ପରିଚାଳନା ନିର୍ଦେଶକ ସୁଶାନ୍ତକୁମାର ପଣ୍ଡା, ନିର୍ଦେଶକ ଶ୍ରୀମନ୍ତ କୁମାର ପଣ୍ଡା, ଦିଗନ୍ତ ପଣ୍ଡା, ଜିଏମ ଅଶ୍ୱିନୀ କୁମାର ଦାସ, ଜିଏମ ଅପରେସନ ଅରୁଣ କୁମାର ନାୟକ, ପ୍ରଡକସନ ମ୍ୟାନେଜର ନବକ୍ରୀଷ୍ଣ ପ୍ରଧାନ ପ୍ରମୁଖ ଉପସ୍ଥିତଥିଲେ।

Share This Article