ଭଦ୍ରକ: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର କୁରିଗାଁ ପଞ୍ଚାୟତ ଅନ୍ତର୍ଗତ ଷଠଗାଁ ବୈତରଣୀ ନଦୀ କୁଳରେ ଶ୍ରୀ ହନୁମାନଜୀଉ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ôସବ ଉଦଯାପିତ ହୋଇଯାଇଛି । ଶଶିକାନ୍ତ ବେହେରା, ଜୁଲି ବେହେରା କର୍ତ୍ତା ଓ କର୍ତ୍ତି ଭାବେ ସଙ୍କଳ୍ପ କରିଥିଲେ । ଆଚାର୍ଯ୍ୟ ସୁଦର୍ଶନ ପତି, ବ୍ରହ୍ମା କୁଳମଣି ସାମନ୍ତରା, ସୋମେଶ୍ୱର ଶତପଥି, ପଣ୍ଡିତ ବଳରାମ ମିଶ୍ର, ଭାଗବତ ପର୍ଡା ମହେଶ୍ୱର ଶତପଥି ପୂଜାବିଧି ତୁଲାଇଥିଲେ । ଅଧିବାସ ଦିବସରେ ଅଙ୍କୁରାରୋପଣ, ଦୀକ୍ଷା ଗ୍ରହଣ, ଦ୍ୱିତୀୟ ଦିବସରେ କଳସଯାତ୍ରା, ସୂର୍ଯ୍ୟପୂଜା, ଦେବାଦେବୀ ଆବାହନ, ଯଜ୍ଞ ଅଗ୍ନିସ୍ଥାପନ, ତୃତୀୟ ଦିବସରେ ଅଭିଷେକ, ହୋମ, ଚଣ୍ଡିପାଠ ଓ ଅନ୍ତିମ ଦିବସରେ ଶ୍ରୀ ଶ୍ରୀ ହନୁମାନଜୀଉଙ୍କ ମନ୍ଦିର ପ୍ରବେଶ ଓ ପୁରୀ ରାଜଗୁରୁଙ୍କ ଦ୍ୱାରା ପୂର୍ଣ୍ଣାହୂତି ହୋଇଥିଲା । ଏହି ଅବସରରେ ଜଗଦଗୁରୁ ରାମାନନ୍ଦାଚାର୍ଯ୍ୟ, ଶ୍ରୀ ଶ୍ରୀ ଅରୁପାନନ୍ଦାଚାର୍ଯ୍ୟ ନାଗା ସାଧୁଙ୍କ ଦ୍ୱାରା ମନ୍ଦିର ପରିକ୍ରମା ଉତ୍ôସବ ଅନୁଷ୍ଠିତ ହୋଇଥିଲା । ପଣ୍ଡିତ ବିଶ୍ୱନାଥ ଶତପଥି ସୁନ୍ଦରାକାଣ୍ଡ ଆବୃତ୍ତି ଓ କଳିଯୁଗରେ ହନୁମାନ ଶିର୍ଷକ ପ୍ରବଚନ ପ୍ରଦାନ କରିଥିଲେ । ଉଦଯାପନୀ ଦିବସରେ କଣ୍ଠଶିଳ୍ପୀ ରବିନ୍ଦ ମହାପାତ୍ର ଓ ମାନସୀ ପାତ୍ର ଭଜନ ପରିବେଷଣ କରିଥିଲେ । ପଣ୍ଡିତ ଭୂପତି ଭୂଷଣ ମିଶ୍ର, ନାରାୟଣ ଚନ୍ଦ୍ର ଦାସ, ପୂର୍ବତନ ସରପଞ୍ଚ ବିଜୟ ଦାସ, ସରପଞ୍ଚ ରାମ ଦାସ, ସରପଞ୍ଚ ପ୍ରତିନିଧି ଦେବପ୍ରସନ୍ନ ମହାପାତ୍ର ପ୍ରମୁଖ ଉତ୍ସବରେ ଯୋଗଦଇଥିଲେ । ଷଠଗାଁ, ଆନନ୍ଦପୁର, ବିରୋଳି, ତିଖିଲିଆ ଆଦି ଗ୍ରାମବାସୀଙ୍କ ସମେତ ସୁବର୍ଣ୍ଣମୁଖି ଯୁବକ ସଂଘ ଉତ୍ôସବ ପରିଚାଳନରେ ସହଯୋଗ କରିଥିଲେ ।
ଷଠଗାଁରେ ଶ୍ରୀ ହନୁମାନଜୀଉ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା

You Might Also Like
- Advertisement -
Comment