ପରିଚୟ ପାଇଁ ଖବରକାଗଜ ହକରମାନେ ପାଇଲେ କାର୍ଡ଼ – Fast News Network

Odisha Hot News
1 Min Read

ଭଦ୍ରକ; ଖବରକାଗଜ ହକରମାନଙ୍କ ପରିଚୟ ପାଇଁ କାର୍ଡ଼ ପ୍ରଦାନ ନିମନ୍ତେ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରଣୀତ ଯୋଜନାକୁ ଗତବର୍ଷ ଡିସେମ୍ବର ୨୩ ରେ ମୁଖ୍ୟମନ୍ତ୍ରୀ ଆଭାସି ଜରିଆରେ ଉଦ୍‌ଘାଟନ କରିଥିଲେ । ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଅନୁମୋଦିତ ତାଲିକା ଅନୁଯାୟୀ ୨୭୧ ଜଣ ହକରଙ୍କ ପାଇଁ ପ୍ରସ୍ତୁତି ପରିଚୟ ପତ୍ର ବିଭାଗୀୟ ନିର୍ଦ୍ଦେଶ ଅନୁଯାୟୀ ଆଜି ବଣ୍ଟନ ଆରମ୍ଭ କରାଯାଇଛି । ସ୍ଥାନୀୟ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ସଂଯୋଜନାରେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ମହାପାତ୍ର, ଉପଜିଲ୍ଲାପାଳ ମନୋଜ ପାତ୍ରଙ୍କ ଦ୍ୱାରା ଦ୍ୱାରା ଏହି କାର୍ଡ଼ ବଣ୍ଟନ କାର୍ଯ୍ୟକୁ ଶଭାରମ୍ଭ କରାଯାଇଥିଲା । ଏହି କାର୍ଡ଼ ପାଇଁ ହକରମାନେ ଖୁସି ହେବା ସହିତ ଓଡ଼ିଶା ସରକାରଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ ।

Share This Article