୪୪.୪ ଡିଗ୍ରି ସହ ସୋନପୁର ଉତ୍ତପ୍ତ ସହର – Fast News Network

Odisha Hot News
1 Min Read

ଭୁବନେଶ୍ୱର: ଆଜି ସୋନପୁର ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ହୋଇଛି। ଏଠାରେ ତାପମାତ୍ର ୪୪.୪ ଡିଗ୍ରି ରେକର୍ଡ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି ରାଜ୍ୟର ୨୧ଟି ସହରର ତାପମାତ୍ର ୪୦ ଡିଗ୍ରି ଉପରେ ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ ଆଜି ଅନୁଗୁଳରେ ୪୩.୧, ବାରିପଦାରେ ୪୧.୦, ଝାରସୁଗୁଡ଼ାରେ ୪୨.୮, କେନ୍ଦୁଝରରେ ୪୦.୨, ସମ୍ବଲପୁରରେ ୪୨.୪, ସୁନ୍ଦରଗଡ଼ରେ ୪୨.୫, ହୀରାକୁଦରେ ୪୧.୬, ଭବାନୀପାଟଣାରେ ୪୨.୦, ବଲାଙ୍ଗୀରରେ ୪୪.୩, ଟିଟିଲାଗଡ଼ରେ ୪୩.୫, ତାଳଚେରରେ ୪୦.୬, ଭଦ୍ରକରେ ୪୦.୦, ଢେଙ୍କାନାଳରେ ୪୦.୦, ଦେବଗଡ଼ରେ ୪୨.୦, ବରଗଡ଼ରେ ୪୦.୫, ନୂଆପଡ଼ାରେ ୪୧.୦, ଖୋର୍ଦ୍ଧାରେ ୪୦.୦, ବୌଦ୍ଧରେ ୪୩.୦, ପାରଳାଖେମୁଣ୍ଡିରେ ୪୧.୦ ଓ ମାଲକାନଗିରିରେ ୪୦.୦ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଗାମୀ ୨ ଦିନ ଯାଏଁ ଦିନ ତାପମାତ୍ରା ଆଭ୍ୟନ୍ତରୀଣ ଓଡ଼ିଶାରେ ଅନେକ ସ୍ଥାନରେ ସ୍ୱାଭାବିକ ତାପମାତ୍ରା ଠାରୁ ୩ରୁ ୪ ଡିଗ୍ରି ଅଧିକ ରହିବା ସମ୍ଭାବନା ରହିଛି।

Share This Article