ଭଦ୍ରକ: ଭଦ୍ରକ ଜିଲା ମୁଖ୍ୟ ଡାକ୍ତରଖାନାରେ ଅଛି ସମସ୍ତ ଓଟି । ଏହା ସହ ଗୋଟିଏ ଆର୍ଥିକ ବର୍ଷରେ ହୋଇଥିବା ଅପରେସନର ତାଲିକା ମଧ୍ୟ ପ୍ରକାଶ କରାଯାଇଛି । ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଧିକାରୀ । ଭଦ୍ରକ ଜିଲା ମୁଖ୍ୟ ଡାକ୍ତରଖାନାରେ ୨୦୨୧ ମସିହା ଏପ୍ରିଲ ମାସରୁ ପ୍ରସୂତି ବିଭାଗରେ ୩୬ ଟି ମାଇନର ଅପରେସନ ଓ ୧୦୬୬ ଟି ମେଜର ଅପରେସନ, ସର୍ଜରୀ ବିଭାଗରେ ୮୪୫ ଟି ମାଇନର ଓ ୧୫୬ ଟି ମେଜର ଅପରେସନ କରାଯାଇଛି । ଅର୍ଥପେଡିକରେ ୧୧୦୪ ଟି ମାଇନର ଓ ୨୮ଟି ମେଜର ଅପରେସନ ହୋଇଛି । ଟ୍ରମା ସେଣ୍ଟରରେ କୋଭିଡ୍ ୱାର୍ଡ ଚାଲିଥିବାରୁ କେତେକ କ୍ଷେତ୍ରରେ ଅପରେସନ ବାଧାପ୍ରାପ୍ତ ହୋଇଥିଲା । କିନ୍ତୁ ଏବେ ସମସ୍ତ ସେବା ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହେବା ସହ ଅପରେସନ ମଧ୍ୟ କରାଯାଉଥିବା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟୀକରଣ ଦେଇଛନ୍ତି ।
ଜିଲାରେ ସମସ୍ତ ଓଟି କାର୍ଯ୍ୟ କରୁଛି ବୋଲି ସ୍ପଷ୍ଟୀକରଣ ଦେଲେ ଭଦ୍ରକ ସିଡିଏମ୍ଓ

You Might Also Like
- Advertisement -
Comment