କୋଚ ଇଣ୍ଡିକେସନ ବୋର୍ଡ ଏବଂ ଦୁଇ ପ୍ଲାଟଫର୍ମ କୁ ସଂଯୋଗ କରୁଥିବା ଫୁଟ ଓଭର ବ୍ରିଜ (ଏଫଓବି) ଉଦ୍ଘାଟିତ
ଭୁବନେଶ୍ବର: ବଲାଙ୍ଗୀରର ମାନ୍ୟବର ଲୋକସଭା ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ ଆଜି ମାନ୍ୟବର ବିଧାୟକ ସନ୍ତୋଶ ସିଂ ସାଲୁଜାଙ୍କ ଉପସ୍ଥିତିରେ କଣ୍ଟାବାଞ୍ଜୀ ରେଳ ଷ୍ଟେସନରୁ ଇସ୍ପାତ ଏକ୍ସପ୍ରେସର କଣ୍ଟାବାଞ୍ଜୀ ପର୍ଯ୍ୟନ୍ତ ସମ୍ପ୍ରସାରଣକୁ ସବୁଜ ପତାକା ପ୍ରଦର୍ଶନ କରାଇ ଶୁଭାରମ୍ଭ କରାଇଛନ୍ତି। ସମ୍ପ୍ରସାରିତ ଅଂଶର ଉଦ୍ଘାଟନୀ ଚଳାଚଳରେ ଏହି ଟ୍ରେନ୍ କଣ୍ଟାବାଞ୍ଜିରୁ ପୂର୍ବାହ୍ନ 10 ଘଟିକାରେ ଛାଡି ଏକ ସ୍ୱତନ୍ତ୍ର ଟ୍ରେନ୍ ଭାବରେ ହାଓଡ଼ା ଯାତ୍ରା କରିଛି। ଏହି ଟ୍ରେନର ନିୟମିତ ସେବା 14 ଏପ୍ରିଲ, 2022 ଠାରୁ ହାଓଡ଼ା ରୁ ପ୍ରତ୍ୟେକ ରବିବାର, ମଙ୍ଗଳବାର, ଗୁରୁବାର ଏବଂ ଶୁକ୍ରବାର ଦିନମାନଙ୍କରେ ଏବଂ 15 ଏପ୍ରିଲ, 2022 ଠାରୁ କଣ୍ଟାବାଞ୍ଜି ରୁ ପ୍ରତ୍ୟେକ ସୋମବାର, ବୁଧବାର, ଶୁକ୍ରବାର ଏବଂ ଶନିବାର ଦିନ ଚଳାଚଳ କରିବ। ସମ୍ପ୍ରସାରିତ ଅଂଶରେ ଏହି ଟ୍ରେନ୍ ସପ୍ତାହରେ 4 ଦିନ କଣ୍ଟାବାଞ୍ଜି ଓ ହାଓଡ଼ା ମଧ୍ୟରେ ଚଳାଚଳ କରିବ।
16 ଏପ୍ରିଲରୁ 13 ଅଗଷ୍ଟ, 2022 ମଧ୍ୟରେ ଏହି ଟ୍ରେନ ହାଓଡ଼ା ଠାରୁ ପ୍ରତି ସୋମବାର, ବୁଧବାର ଏବଂ ଶନିବାର ଦିନ ମାନଙ୍କରେ ଟିଟିଲାଗଡ ପର୍ଯ୍ୟନ୍ତ ଚଳାଚଳ କରିବ ଏବଂ 17 ଏପ୍ରିଲରୁ 14 ଅଗଷ୍ଟ 2022 ପର୍ଯ୍ୟନ୍ତ ଟିଟିଲାଗଡ଼ ଠାରୁ ପ୍ରତ୍ୟେକ ମଙ୍ଗଳବାର, ଗୁରୁବାର ଏବଂ ରବିବାର ଦିନ ମାନଙ୍କରେ ଯାତ୍ରା ପ୍ରାରମ୍ଭ କରି ହାଓଡ଼ା ଯାତ୍ରା କରିବ। ଏହାପୂର୍ବରୁ, ମାନ୍ୟବର ଲୋକସଭା ସାଂସଦ ଶ୍ରୀମତୀ ସଂଗୀତା କୁମାରୀ ସିଂହଦେଓ କଣ୍ଟାବାଞ୍ଜି ରେଳ ଷ୍ଟେସନ ଠାରେ ପ୍ଲାଟଫର୍ମ ନମ୍ବର -1 ରୁ 2 କୁ ସଂଯୋଗ କରୁଥିବା ଫୁଟ୍ ଓଭର ବ୍ରିଜ୍ (FOB) ଏବଂ ଟ୍ରେନ କୋଚ ରହଣି ସ୍ଥାନ ଜାଣିବା ପାଇଁ କୋଚ୍ ଇଣ୍ଡିକେସନ୍ ବୋର୍ଡର ଉଦଘାଟନ କରିଥିଲେ। ସମ୍ବଲପୁର ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଶ୍ରୀ ପ୍ରଦୀପ କୁମାର ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ।
ଇସ୍ପାତ ଏକ୍ସପ୍ରେସ କଣ୍ଟାବାଞ୍ଜୀକୁ ସମ୍ପ୍ରସାରିତ – Fast News Network

Comment