ଭଦ୍ରକ: ରିମାଣ୍ଡ ଅବଧି ସରିବା ପରେ ଆଜି ବହୁ ଚର୍ଚ୍ଚିତ ନୟାଗଡ କ୍ୟାମେରାମେନ୍ ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇଙ୍କୁ ଆଜି କ୍ରାଇମବ୍ରାଞ୍ଚ ଚାନ୍ଦବାଲି ଏସ୍ଡିଜେଏମ୍ କୋର୍ଟରେ ହାଜର କରାଇବା ପରେ ମାନ୍ୟବର ଏସ୍ଡିଜେଏମ୍ ସେମାନଙ୍କୁ ଭଦ୍ରକର ସ୍ୱତନ୍ତ୍ର ଉପକାରାଗାରକୁ ପଠାଇ ଦେଇଛି । ଏଠାରେ ସୂଚନାଯୋଗ୍ୟ କ୍ରାଇମବ୍ରାଞ୍ଚ ଟିମ୍ ଆଜି ଏହି ୨ ଜଣଙ୍କୁ ଚାନ୍ଦବାଲି କୋର୍ଟରେ ହାଜର କରିଥିଲେ । ମାତ୍ର ଅଧିକ ରିମାଣ୍ଡ ପାଇଁ ଆବେଦନ କରିନଥିଲା କ୍ରାଇମବ୍ରାଞ୍ଚ । ଫଳରେ କ୍ରାଇମବ୍ରାଞ୍ଚଳ ଏ ଦୁଇଜଣ ଅଭିଯୁକ୍ତଙ୍କୁ ଆଣି ଆଜି ଭଦ୍ରକ ସ୍ୱତନ୍ତ୍ର ଉପକାରାଗାରରେ ଛାଡି ଫେରିଯାଇଛି ।
ଏଠାରେ ସୂଚନାଯୋଗ୍ୟ ମାନସ ସ୍ୱାଇଁ ଭୁବନେଶ୍ୱରରୁ ମାର୍ଚ୍ଚ ୬ ତାରିଖରେ ବାହାରି ଚାନ୍ଦବାଲିର ଏକ ବିବାହ ପାର୍ଟିର ଭିଡିଓ ସୁଟ୍ କରିବାକୁ ଆସିଥିଲେ । ମାର୍ଚ୍ଚ ୭ ତାରିଖରେ ବିବାହ ପାର୍ଟି ସୁଟ୍ କରି ଫେରୁଥିବାବେଳେ ଅଭିଯୁକ୍ତମାନେ ତାଙ୍କୁ କାର୍ ଯୋଗେ ଅପହରଣ କରିନେଇଥିଲେ । ମାର୍ଚ୍ଚ ୧୪ ତାରିଖରେ ଏ ଘଟଣା ସଂକ୍ରାନ୍ତରେ ମାନସ ସ୍ୱାଇଁଙ୍କ ପିତାଙ୍କ ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ଅଭିଯୁକ୍ତମାନେ ମାନସକୁ ଭଦ୍ରକ ଚାନ୍ଦବାଲିରୁ ଅପହରଣ କରି ଭୁବନେଶ୍ୱରସ୍ଥିତ ଦୟାଲ ଆଶ୍ରମରେ ରଖି ନିର୍ମମ ଭାବେ ମାଡମାରି ତାକୁ ହତ୍ୟା କରିଥିଲେ । ଏବଂ ପରେ ମାନସର ଶବକୁ ନୟାଗଡ ଜିଲା ରଣପୁରକୁ ନେଇ ଏକ ଚାଷ ବିଲରେ ପୋତିଦେଇଥିଲେ । ଏହି ଘଟଣାରେ ସଂପୃକ୍ତ ଥିବା ୮ ଜଣଙ୍କୁ ପୁଲିସ୍ ଗିରଫ କରି ଜେଲ୍ ହାଜତକୁ ପଠାଇ ଦେଇଥିଲା । ପରେ ଏହି ଘଟଣାକୁ କ୍ରାଇମବ୍ରାଞ୍ଚ ବୁଝୁଥିବାବେଳେ ମୁଖ୍ୟ ଅଭିଯୁକ୍ତ ସହ ୪ ଜଣଙ୍କୁ ୫ଦିନ ପାଇଁ ରିମାଣ୍ଡରେ ନେଇଥିଲା । ତେଣୁ ଅଧିକ ତଦନ୍ତ ଓ ହତ୍ୟାର ସଠିକ୍ କାରଣ ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ଗତ ୩ ତାରିଖ ଦିନ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ଓ ସହଯୋଗୀ ଝୁନାଙ୍କୁ ୩ ଦିନ ରିମାଣ୍ଡରେ ନେଇଥିଲା ।
Share on: WhatsApp
ରିମାଣ୍ଡ ଅବଧି ସରିଲା: ଜେଲ୍ ହାଜତରେ ଶର୍ମିଷ୍ଠା ଓ ସହଯୋଗୀ

Comment