ବ୍ଲକସ୍ତରୀୟ ଭୀମଭୋଇ ସାମର୍ଥ୍ୟ ଚିହ୍ନଟ ଶିବିର ଅନୁଷ୍ଠିତ; ୪୮୭ ପଞ୍ଜିକୃତ

Odisha Hot News
1 Min Read

ଭଦ୍ରକ: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ମହାବିଦ୍ୟାଳୟ ପରିସରରେ ଆଜି ଅନୁଷ୍ଠିତ ବ୍ଲକସ୍ତରୀୟ ଭୀମଭୋଇ ସାମର୍ଥ୍ୟ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସାମାଜିକ ସୁରକ୍ଷା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ଶିବିରକୁ ଜିଲ୍ଲାପାଳ ତ୍ରିଲୋଚନ ମାଝୀ, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଉପଜିଲ୍ଲାପାଳ ମନୋଜ ପାତ୍ର, ବିଡିଓ ଦେବଦତ୍ତ ଦାଶ, ତହସିଲଦାର ସରୋଜକାନ୍ତ ନାୟକ, ବିଧାୟକ ପ୍ରତିନିଧି ପ୍ରୟାସକାନ୍ତି ସାମଲଙ୍କ ଉପସ୍ଥିତିରେ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରିୟଙ୍କା ତ୍ରିପାଠୀ ଉଦ୍‌ଘାଟନ କରିଥିଲେ । ବ୍ଲକର ବିଷ୍ଣୁପୁର, ନଗୁଆଁ, ଜଳମଣ୍ଡୁଆ, ନିର୍ଗୁଣ୍ଡି, ଦକ୍ଷିଣବାଡ, ବୟାବନାପୁର, ସରସଦା, ରହଣିଆ, ମାଳଦା, ନପଙ୍ଗ, କୁରିଗାଁ, ଷୋଳମପୁର ଓ ରଣଜିତ ପଞ୍ଚାୟତର ୪୮୭ ଆଦେନକାରୀମାନେ ପ୍ରମାଣପତ୍ର ପାଇଁ ପଞ୍ଜିକରଣ କରିଥିଲେ । ଜିଲ୍ଲା ଡାକ୍ତରଖାନାର ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ୟୁ.କେ.ଜେନା, ଭେଷଜ ବିଶେଷଜ୍ଞ ଡାକ୍ତର ଆମୂଲ୍ୟ କୁମାର ଦାସ, ଚକ୍ଷୁ ବିଶେଷଜ୍ଞ ଡାକ୍ତର ପି.କେ.ଖୁଣ୍ଟିଆ, କର୍ଣ୍ଣ, ନାସା ଓ ଗଳା ବିଶେଷଜ୍ଞ ଡାକ୍ତର ସୀତାଶ୍ରୀ ସେଠୀ ଓ ଭଣ୍ଡାରିପୋଖରୀ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ତଥା ଶିଶୁଚିକିତ୍ସା ବିଶେଷଜ୍ଞ ଡାକ୍ତର କମଳାକାନ୍ତ ସ୍ୱାଇଁ ପଞ୍ଜିକୃତମାନଙ୍କ ସାମର୍ଥ୍ୟ ପରୀକ୍ଷା କରିଥିଲେ । ଭଣ୍ଡାରିପୋଖରୀ ମହାବିଦ୍ୟାଳୟ ଜାତୀୟ ସମରଶିକ୍ଷାର୍ଥୀ ବାହିନୀ ସ୍ୱେଚ୍ଛାସେବୀମାନେ ଅଧ୍ୟାପକ ଆନନ୍ଦ ଚନ୍ଦ୍ର ନାୟକଙ୍କ ନେତୃତ୍ୱରେ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର କୁମାର ପାତ୍ର ସାମଗ୍ରୀକ ଭାବେ ଶିବିର ପରିଚାଳନା କରିଥିବା ବେଳେ କର୍ମଚାରୀ ସୁଧାଂଶୁ ପାଢୀ ଧନ୍ୟବାଦ ଦେଇଥିଲେ ।

Share This Article