ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ଶେଷ ହୋଇଛି ଭୋଟିଂ। ସକାଳ ୮ଟାରୁ ଆରମ୍ଭ ହୋଇଛି ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିଥିଲା ଭୋଟିଂ । ଏନଏସି, ପୌର ଏବଂ ମହାନଗର ନିଗମର ୧୭ ଶହ ୩୭ ୱାର୍ଡରେ ନିର୍ବାଚନ ହୋଇଛି। ୪ ହଜାର ୩୭୩ ବୁଥରେ ମୋଟ ୪୦ ଲକ୍ଷରୁ ଅଧିକ ଭୋଟର ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ପୌର ନିର୍ବାଚନରେ ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ରାଜନେତା ଓ ଅଧିକାରୀ। ପଳାସପଲ୍ଲୀ ୟୁପି ସ୍କୁଲରେ ହୋଇଥିବା ବୁଥରେ ଭୋଟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ମହାନଗର ନିଗମର ୫୩ ନମ୍ବର ୱାର୍ଡ଼ରେ ୫୪୪ ନମ୍ବର ବୁଥରେ ଭୋଟ ଦେଇ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିଜକୁ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ବାହାରି ଚାଲି ଚାଲି ଭୋଟ ଦାନ କେନ୍ଦ୍ରରେ ପହଞ୍ଚିଥିଲେ । ସେହିପରି ଭୋଟ ଦେବା ପରେ ମଧ୍ୟ ମତଦାନ କେନ୍ଦ୍ରରୁ ନବୀନ ନିବାସ ଚାଲିଚାଲି ଫେରିଥିଲେ ନବୀନ ।
ସେହପରି ଆଜି ସକାଳୁ ମତାଧିକାର ସାବ୍ୟସ୍ତ କରିଛନ୍ତି ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ । ଭି.କେ ପାଣ୍ଡିଆନ ୪୬ ନଂ ୱାର୍ଡରେ ନିଜର ମତ ସାବ୍ୟସ୍ତ କରିଛନ୍ତି । ଭି.କେ ପାଣ୍ଡିଆନଙ୍କ ସହ ତାଙ୍କ ପତ୍ନୀ ତଥା ମିଶନ ଶକ୍ତି ସଚିବ ସୁଜାତା କାର୍ତିକେୟ ପାଣ୍ଡିଆନ ମଧ୍ୟ ମତଦାନ କରିଛନ୍ତି । ଜଣେ ସଚେତନ ନାଗରିକ ଭାବେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି ଫାଇଭ୍-ଟି ସଚିବ । ଅନ୍ୟପଟେ ଭୋଟ ଦେଇଛନ୍ତି ଯାଜପୁର ବିଧାୟକ ତଥା ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଯାଜପୁର ପୌରାଞ୍ଚଳର ବାହାବଳପୁର ନୋଡାଲ ଉ.ପ୍ରା ବିଦ୍ୟାଳୟରେ ବିଧାୟକ ପ୍ରଣବ ପ୍ରକାଶ ଦାସ ସାଧାରଣ ଭୋଟରଙ୍କ ଭଳି ଧାଡିରେ ଛିଡା ହୋଇ ଭୋଟ ଦେଇଛନ୍ତି । ପୂର୍ବରୁ ଅପେକ୍ଷା ରତ ମହିଳା ଓ ବୟସ୍କ ଭୋଟରଙ୍କୁ ଆଗେ ଭୋଟ ଦେବା ପାଇଁ ସୁଯୋଗ ଦେଇଥିଲେ। ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇଥିବାରୁ ସେ ନିଜକୁ ଗର୍ବିତ ଅନୁଭବ କରିଥିଲେ । ସେହିପରି ଭୁବନେଶ୍ୱର ମହାନଗର ନିଗମରୁ ବିଜୁ ଜନତା ଦଳର ମେୟର ପ୍ରାର୍ଥୀ ସୁଲୋଚନା ଦାସ ମଧ୍ୟ ନିଜ ମତ ସାବ୍ୟସ୍ତ କରିଛନ୍ତି । ନୟାପଲ୍ଲୀ ନୂଆ ସାହିର ୪୦୭ ନମ୍ବର ବୁଥରେ ଭୋଟ ଦେଇଛନ୍ତି ସୁଲୋଚନା ଦାସ ।
ଅନ୍ୟଫଟେ କଟକ ମହାନଗର ନିଗମରେ ବିଜେଡି ପକ୍ଷରୁ ମେୟର ପ୍ରାର୍ଥୀ ହୋଇଥିବା ସୁବାସ ସିଂ ମଧ୍ୟ ଭୋଟ ଦେଇଛନ୍ତି । ସେହିପରି କଂଗ୍ରେସ ବରିଷ୍ଠ ନେତା ନରସିଂହ ମିଶ୍ର, କଟକ ବିଜେପି ମେୟର ପ୍ରାର୍ଥୀ ଶ୍ରୀତମ ଦାସ, କଂଗ୍ରେସ ମେୟର ପ୍ରାର୍ଥୀ ଗିରିବାଳା ସ୍ୱାଇଁ, ଭୁବନେଶ୍ୱର ମହାନଗର ନିଗମ କଂଗ୍ରେସ ପ୍ରାର୍ଥୀ ମଧୁସ୍ମିତ ଆଚାର୍ଯ୍ୟ, ବିଏମସି ବିଜେପି ପ୍ରାର୍ଥୀ ସୁନୀତ ମୁଣ୍ଡ, ବ୍ରହ୍ମପୁର ମହାନଗର ନିଗମର ବିଜେଡି ପ୍ରାର୍ଥୀ ସଂଘମିତ୍ରା ଦଳେଇ ମଧ୍ୟ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ।
ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବହୁ ନେତା ଓ ଅଧିକାରୀ – Fast News Network

Comment