ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନିର୍ବାଚନ – ୬ ଜଣ ନିଦ୍ୱର୍ନ୍ଦରେ ନିର୍ବାଚିତ

Odisha Hot News
1 Min Read

ଭଦ୍ରକ: ସଦ୍ୟ ସମାପ୍ତ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିର୍ଦ୍ଧାରିତ ଆଜି ଭଦ୍ରକ ଜିଲ୍ଲାରେ ସମୁଦାୟ ୭ଟି ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ପଦବୀ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ ଭଦ୍ରକ ପଞ୍ଚାୟତ ସମିତି ପାଇଁ ବହୁଦରଡ଼ା ର ସମିତି ସଭ୍ୟ ମୁକୁନ୍ଦ ଦେବ ସାମଲ, ଧାମନଗର ପାଇଁ ମୁସ୍ତାଫାପୁର ସମିତି ସଭ୍ୟ ଜଗବନ୍ଧୁ ପ୍ରଧାନ, ଚାନ୍ଦବାଲି ପାଇଁ ଘଟପୁର ସମିତି ସଭ୍ୟ ସରୋଜ ବଳ, ବନ୍ତ ପାଇଁ କେନ୍ଦୁଆପଦା ସମିତି ସଭ୍ୟା ପ୍ରଗତିବାଳା ସ୍ୱାଇଁ, ଭଣ୍ଡାରିପୋଖରୀ ପାଇଁ ବୟାବନାପୁର ସମିତି ସଭ୍ୟ ପ୍ରଣିତକାନ୍ତି ସାମଲ, ବାସୁଦେବପୁର ପାଇଁ କିସ୍ମତ କୃଷ୍ଣପୁର ର ସମିତି ସଭ୍ୟା ମାଧୁରୀ ବାରିକ ନିର୍ଦନ୍ଦ୍ୱରେ ଉପ-ସଭାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲା ବେଳେ କେବଳ ତିହିଡ଼ି ପଞ୍ଚାୟତ ସମିତି ପାଇଁ ମଙ୍ଗଳପୁର ସମିତି ସଭ୍ୟା ସୁଭଦ୍ରା ଶତପଥି ୧୬ ଖଣ୍ଡ ଭୋଟ ପାଇ ପ୍ରତିଦ୍ୱନ୍ଦୀ ଶୁକଦେବ ମଳିକଙ୍କୁ ୨ ଖଣ୍ଡ ଭୋଟରେ ପରାଜୟ କରି ଉପସଭାଧ୍ୟକ୍ଷ ପଦ ପାଇଁ ନିର୍ବାଚିତ ହୋଇଛନ୍ତି ।
ତେବେ ଭଦ୍ରକ ପଞ୍ଚାୟତ ସିମିତି ଉପାଧ୍ୟକ୍ଷା ଭାବେ ବିଜୟୀ ହୋଇଥିବା ମୁକୁନ୍ଦ ଦେବ ସାମଲ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ବାସଭବନରେ ବିଧାୟକ ଶ୍ରୀ ମଲ୍ଲିକଙ୍କ ସହ ଦଳୀୟ ନେତା ଓ କର୍ମୀଙ୍କ ଗହଣରେ ବିଜୟ ଉତ୍ସବ ମନାଇବା ସହ ଉପାଧ୍ୟକ୍ଷ ଶ୍ରୀ ସାମଲଙ୍କୁ ଅନେକ ଶୁଭେଚ୍ଛା ଓ ଶୁଭକାମନ ଜ୍ଞାପନ କରାଯାଇଛି । ସେହିଭଳି ବନ୍ତ ପଂଚାୟତ ସମିତି ଉପାଧ୍ୟକ୍ଷା ଭାବେ ପ୍ରଗତିବାଳା ସ୍ୱାଇଁ ବିଜୟୀ ହେବା ପରେ ରାଜ୍ୟ ବିଜେଡି ସଂପାଦକ ଇଂ ପ୍ରୟାସକାନ୍ତି ସାମଲ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା ଓ ଶୁଭେଚ୍ଛୁଙ୍କ ସହ ଏକ ବିଜୟୀ ଉତ୍ସବ ମନାଇଛନ୍ତି ।

Share This Article